![](https://i0.wp.com/odia.mobilenews24x7.com/wp-content/uploads/2024/10/Screenshot-2024-10-07-185257.png?resize=656%2C394&ssl=1)
ନୂଆଦିଲ୍ଲୀ: କଂଗ୍ରେସ ମୁସଲମାନଙ୍କୁ ନିଜର ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଛି। ତେଣୁ ମୁସଲମାନମାନେ ସତର୍କ ରୁହନ୍ତୁ ବୋଲି ଚେତାଇ ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । କଂଗ୍ରେସ ସର୍ବଦା ବିଭାଜନ ଏବଂ ଶାସନ ନୀତି ଉପରେ ଚାଲିଆସୁଛି ।
ତେଣୁ ହିନ୍ଦୁ ଏବଂ ମୁସଲମାନମାନେ କଂଗ୍ରେସର ଭୋଟ ବ୍ୟାଙ୍କ ହୁଅନ୍ତୁ ନାହିଁ ବୋଲି ରିଜିଜୁ ଏକ ଅନ୍ତର୍ଜାତୀୟ ସ୍ତରର ଖବର ସରବରାହ ସଂସ୍ଥାକୁ ମନ୍ତବ୍ୟ ଦେବା ଅବସରରେ କହିଛନ୍ତି । ବିଜେପି ସମ୍ବିଧାନକୁ ବଦଳାଇବା ଲାଗି ଷଡ଼ଯନ୍ତ୍ର କରୁଛି ବୋଲି କଂଗ୍ରେସ ମିଥ୍ୟା ଅଭିଯୋଗ ଆଣି ଜନସାଧାରଣଙ୍କୁ ପଥଭ୍ରଷ୍ଟ କରୁଛି ବୋଲି ରିଜିଜୁ ଅଭିଯୋଗ କରିଛନ୍ତି ।
ରିଜିଜୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦୃଢ଼ତାର ସହିତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନର ପ୍ରକୃତ ରକ୍ଷକ । ସମସ୍ତ ନାଗରିକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଲାଗି ସରକାର ପ୍ରତିଜ୍ଞାବଦ୍ଧ । ମୋଦୀଙ୍କ ନେତୃତ୍ଵରେ ଅନେକ କାର୍ଯ୍ୟ କରାଯାଇଛି, ଯାହାକୁ ଦେଖି କଂଗ୍ରେସ ଭୟଭୀତ ହୋଇପଡ଼ିଛି ବୋଲି ସେ କହିଛନ୍ତି ।