ଜାତୀୟରାଜନୀତି

ଲଡୱା ଆସନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ

ନୂଆଦିଲ୍ଲୀ: ହରିୟାଣାର ଲଡୱା ଆସନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ । ସେ ଲଡୱା ଆସନରୁ ୧୦ ହଜାରରୁ ଅଧିକ ଭୋଟରେ କଂଗ୍ରେସର ମେୱା ସିଂହଙ୍କୁ ପରାସ୍ତ କରିଛି । ତେବେ ହରିୟାଣା ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି । ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ଏଠାରେ ମ୍ୟାଜିକ୍‌‌ ନମ୍ବର ପାର କରିଛି ।

ବର୍ତ୍ତମାନ ସୁଦ୍ଧା ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୬ଟି ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି । ମୁଖ୍ୟମନ୍ତ୍ରୀ ସୈନି ୩୬,୬୧୩ ଖଣ୍ଡ ଭୋଟ ପାଇଥିବା ବେଳେ ମେୱାଙ୍କୁ ୨୬,୯୪୨ ଖଣ୍ଡ ଭୋଟ ମିଳିଛି। ସ୍ୱାଧୀନ ପ୍ରାର୍ଥୀ ବିକ୍ରମଜିତ ସିଂହ ଚେମା ୫୩୯୫, ଆଇଏନଏଲଡିର ସପନା ବରଶାମି ୪୪୩୦ ଓ ଆପ୍‌ର ଯୋଗା ସିଂହ ଉମରି କେବଳ ୨୩୯ ଖଣ୍ଡ ଭୋଟ ପାଇଛନ୍ତି ।

ନାୟବ ସିଂହ ସୈନି ବିଜୟୀ ହେବା ସହ ବିଜେପି ମଧ୍ୟ ହରିୟାଣାରେ ଐତିହାସିକ ବିଜୟ ଦିଗରେ ଆଗକୁ ବଢ଼ୁଛି । ଯଦି ବର୍ତ୍ତମାନର ଟ୍ରେଣ୍ଡକୁ ବିଚାରକୁ ନିଆଯାଏ, ତା’ହେଲେ ବିଜେପି ଏକାକୀ ରାଜ୍ୟରେ ସରକାର ଗଠନ କରିବ। ଏପରି ସ୍ଥିତିରେ ନାୟବ ସିଂହ ସୈନି ପୁଣି ମୁଖ୍ୟମନ୍ତ୍ରୀ ହେବେ । ତେବେ ବିଜେପି ଏଠାରେ ବିଜୟୀ ହୋଇଥିବା ବେଳେ ନାଏବ ସିଂହ ସୈନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଦଳ ନିଷ୍ପତି ନେବ ବୋଲି କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com