Uncategorized

ରାସନ କାର୍ଡର ୧୫-୨୦ ଦିନ ଭିତରେ E-KYC ଅପଡେଟ ସରିଯିବ: କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ରାସନ କାର୍ଡରେ ଇକେୱାଇସି ଅପଡେଟ ନେଇ ପ୍ରତିକ୍ରିୟା ଦେଲେ ଖାଦ୍ୟ ଯେଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ପାଖାପାଖି ୨କୋଟି ୩୦ଲକ୍ଷ ଇକେୱାଇସି ଅପଡେଟ୍‌‌ ସରିଲାଣି ଆଉ ୧କୋଟି ଲୋକଙ୍କ ଇକେୱାଇସି ବାକି ରହିଛି । ଆସନ୍ତା ୧୫-୨୦ଦିନରେ ଇକେୱାଇସି ଅପଡେଟ୍‌‌ ଶେଷ ହେବ, ଏହାପରେ ନୂଆ କାର୍ଡ ବଣ୍ଟାଯିବ ବୋଲି ଜଣାଇଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେହିପରି ୨୦୨୮ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାରେ ମଧ୍ୟରେ ସେହି ଅନୁପାତରେ ମାଗଣା ଚାଉଲ ଯୋଗାଣ ଅବଧି ବୃଦ୍ଧି କରାଯିବ । ଏପଟେ ରାଜ୍ୟରେ ରାସନ କାର୍ଡର E-KYC ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ E-KYC ସରିଥିବା କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର । ପାଖାପାଖି ଆଉ ୧ କୋଟି ଲୋକଙ୍କ E-KYC ବାକି ଅଛି । ୧୫-୨୦ ଦିନ ଭିତରେ E-KYC ସରିଯିବ ।

ତାପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ସୂଚନା ଅନୁଯାୟୀ ଗତକାଲି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ୨୦୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ମଂଜୁରୀ ହୋଇଛି । ଏହା ବ୍ୟତୀତ ସୀମାବର୍ତ୍ତି ରାଜ୍ୟଗୁଡ଼ିକରେ ଭିତ୍ତିଭୂମି ବିକାଶ ଉପରେ କ୍ୟାବିନେଟ୍ ମଧ୍ୟ ଗୁରୁତ୍ୱାରୋପ କରିଛି ।

କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ୧୭,୦୮୨ କୋଟି ହେବ, ଯାହା କେନ୍ଦ୍ର ସରକାର ବହନ କରିବେ । କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ପୁଷ୍ଟିକର ସୁରକ୍ଷା ବୃଦ୍ଧି କରିବା ।

Related Articles

Back to top button
WP Twitter Auto Publish Powered By : XYZScripts.com