Uncategorized

ଦୁଇ ଦିନିଆ ଗସ୍ତରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସିବେ । ତେବେ ଆସନ୍ତା ୨୩ ତାରିଖରେ ୨ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନ ରାଷ୍ଟ୍ରପତି ତାଙ୍କ ନିଜ ଗାଁ ରାଇରଂଗପୁର ଆସି ସେଠାରେ ରାତ୍ରୀ ଯାପନ କରିବେ ।

ପରେ ତା ପରଦିନ ଅର୍ଥାତ ୨୪ ତାରିଖରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି । ଆଉ ଏହି ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ମୁର୍ମୁ ଯୋଗ ଦେବେ । ତେବେ ସେହିଦିନ ରାଷ୍ଟ୍ରପତିଙ୍କର ମହାପ୍ରଭୁଙ୍କ ଦର୍ଶନର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେ ମହାପ୍ରଭୃ ଜଗନ୍ନାଥଙ୍କ ଦର୍ଶନରେ ଆସୁଛନ୍ତି ବୋଲି ଜଣାପଡିଛି ।

ପୁରୀରେ ରାଷ୍ଟ୍ରପତି ସକାଳ ଧୂପ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ । ସେଠାରୁ ସେ ପୁରୀ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ । ଏହାପରେ ସେ ପୁରୀରୁ ଭୁବନେଶ୍ବର ଆସି ଓୟୁଏଟି ଉତ୍ସବରେ ଯୋଗଦେବେ । ସେହିପରି ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ବରର ନୂଆ ଜୁଡିସିଆଲ କଂପ୍ଲେକ୍ସର ଉଦଘାଟନ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com