ଜାତୀୟ

ଏଣିକି ଠକ ଓ ଦୁର୍ନୀତିଖୋର କର୍ମଚାରୀଙ୍କୁ ଚାକିରୀରୁ ବିଦା କରାଯିବ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦୀଲ୍ଲି: କାମରେ ଠକୁଥିବା ସହ ଖରାପ ପ୍ରଦର୍ଶନ କରୁଥିବା ଏବଂ ଦୁର୍ନୀତି ଖୋର୍ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରାଯିବ। ଜନତାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚିବମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ କର୍ମଚାରୀଙ୍କ କାର୍ଯ୍ୟର ମୂଲ୍ୟାୟନ କରାଯାଉ । ଯେଉଁମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଛନ୍ତି କିମ୍ବା ଦୁର୍ନୀତିରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ବହିସ୍କାର କରିବା ଲାଗି ସରକାରଙ୍କ ପୂର୍ଣ୍ଣ କ୍ଷମତା ରହିଛି । ଗତ ବୁଧବାର ପ୍ରଧାନମନ୍ତ୍ରୀ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସଚିବମାନଙ୍କ ସହିତ ଆଲୋଚନା କରିବା ସମୟରେ ଏହି ନିର୍ଦେଶ ଦେଇଛନ୍ତି ।

ସିସିଏସ(ପେନସନ) ନିୟମର ମୌଳିକ ନିୟମ ୫୬(ଜେ)ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ମୌଳିକ ନିୟମ ୫୬(ଜେ) ଅନୁସାରେ, ଯଦି କୌଣସି କର୍ମଚାରୀ ନିଜ କାର୍ଯ୍ୟ ପାଇଁ ଅନ୍‌ଫିଟ୍ ବା ଅନୁପଯୁକ୍ତ ସାବ୍ୟସ୍ତ ହେବେ, ତେବେ ସରକାର ତାଙ୍କୁ ଯେକୌଣସି ସମୟରେ ବହିସ୍କାର କରିପାରିବେ । ବାଧ୍ୟତାମୂଳକ ଅବସର କ୍ଷେତ୍ରରେ ସରକାର ଉକ୍ତ କର୍ମଚାରୀଙ୍କୁ ୩ ମାସ ଆଗରୁ ନୋଟିସ ପ୍ରଦାନ କରିବେ ଅଥବା ଆଗୁଆ ୩ ମାସ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଦେଇ ଚାକିରିରୁ ବିଦା କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com