ଓଡ଼ିଶା

‘ସୁଭଦ୍ରା’ ତ୍ରୁଟି ଥିଲେ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଫୋନ୍ ଯିବ: ପ୍ରଭାତୀ ପରିଡା

ଭୁବନେଶ୍ବର: ‘ସୁଭଦ୍ରା’ ତ୍ରୁଟି ଥିଲେ ଫୋନ୍ ଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯଦି କୌଣସି ଯୋଗ୍ୟ ହିତାଧିକାରୀ ଟଙ୍କା ପାଇନଥିବେ କିମ୍ବା ଆବେଦନରେ କୌଣସି ତ୍ରୁଟି ଥିବ ତେବେ ତାଙ୍କ ପାଖକୁ ପଞ୍ଜୀକୃତ ନମ୍ବରରେ ଫୋନ୍ ଯିବ । ବ୍ଲକସ୍ତରରେ ଯାଞ୍ଚ ହେବ । ଅଙ୍ଗନବାଡି କର୍ମୀ ଘରକୁ ଘର ଯାଇ ବୁଝାବୁଝି କରିବେ । ଶେଷ ହିତାଧିକାରୀ ଯାଏଁ ସମସ୍ତ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରାର ସୁବିଧା ମିଳିବ ।

ଆଜି ଯାଏଁ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଆପଣଙ୍କ ସୁଭଦ୍ରା ଆବେଦନରେ କିଛି ତ୍ରୁଟି ରହିଥିବ, କିନ୍ତୁ ଆପଣ ଯୋଗ୍ୟ ବିବେଚିତ ହେଉଥିବେ ତାହାଲେ ଆପଣଙ୍କୁ ବିଭାଗ ପକ୍ଷରୁ କଲ୍ ଯିବ ଏହାକୁ ସୁଧାରିବା ପାଇଁ । ଆପଣ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ଯଦି ଟଙ୍କା ପାଇନଥିବେ ତାହାଲେ ଆବେଦନରେ ତ୍ରୁଟି କିମ୍ବା କିଛି କମି ଥିଲେ ଫୋନ୍ ଯିବ ।

ଏନେଇ ବ୍ଲକ ସ୍ତରରେ ଯାଞ୍ଚ ହେବ ଏବଂ ଅଙ୍ଗନବାଡି କର୍ମୀ ଘର ଘର ବୁଲିବେ । ଶେଷ ହିତାଧିକାରୀଟେ ଟଙ୍କା ପାଇବା ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଚାଲୁରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଏପର୍ଯ୍ୟନ୍ତ ମୋଟ ୧ କୋଟି ୬୦ ହଜାର ମହିଳା ସୁଭଦ୍ରାରେ ସହାୟତାରେ ପାଇଁ ଆବେଦନ କରିସାରିଲେଣି । ତେବେ ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହିତ ଏହି ସହାୟତା ୧ କୋଟିରୁ ଅଧିକ ଲୋକଙ୍କୁ ମିଳିବାକୁ ଥିବା ବେଳେ ଶେଷ ହିତାଧିକାରୀ ଚୟନ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com