କ୍ରୀଡ଼ାଜାତୀୟ

ଆଇପିଏଲ୍‌ ୨୦୨୫ ପୂର୍ବରୁ, ଜୟଓ୍ବର୍ଦ୍ଧନେଙ୍କୁ ମିଳିଲା ବଡ଼ ଦାୟିତ୍ୱ, କଣ ଜାଣନ୍ତୁ

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି । ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମହେଲା ଜୟଓ୍ବର୍ଦ୍ଧନେଙ୍କୁ ଦଳ ପୁଣି ଥରେ ବଡ଼ ଦାୟିତ୍ବ ମିଳିଛି । ଇଣ୍ଡିଆନ୍ସ (ଏମଆଇ)ର ମୁଖ୍ୟ କୋଚ୍ ଭାବେ ଦଳକୁ ଫେରିଛନ୍ତି । ଜୟବର୍ଦ୍ଧନେଙ୍କୁ ମୁଖ୍ୟ ପ୍ରଶିକ୍ଷକ ଅର୍ଥାତ୍‌ ହେଡ୍‌ କୋଚ୍‌ କରାଯାଇଛି । ସେ ଦଳରେ ମାର୍କ ବାଉଚରଙ୍କ ସ୍ଥାନ ନେବେ । ଜୟବର୍ଦ୍ଧନେଙ୍କ ମୁମ୍ବାଇ ସହିତ ଏପର୍ଯ୍ୟନ୍ତ ଭଲ ସମ୍ପର୍କ ରହିଆସିଛି ।

ସେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଆସିଛନ୍ତି। ସମାନ ଦାୟିତ୍ବ ସହିତ ଜୟବର୍ଦ୍ଧନେ ପୁଣି ଥରେ ଦଳକୁ ଫେରିଛନ୍ତି । ମାର୍କ ବାଉଚର ୨୦୨୩ ଏବଂ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଥିଲେ । କିନ୍ତୁ ବର୍ତ୍ତମାନ ଜୟଓ୍ବର୍ଦ୍ଧନେ ତାଙ୍କ ସ୍ଥାନ ନେବେ। ଜଣେ ପ୍ରଶିକ୍ଷକ ଭାବରେ ଜୟଓ୍ବର୍ଦ୍ଧନେଙ୍କର ଭଲ ରେକର୍ଡ ରହିଛି । ଜୟଓ୍ବର୍ଦ୍ଧନେଙ୍କ ଉପସ୍ଥିତିରେ ମୁମ୍ବାଇ ତିନୋଟି ଟାଇଟଲ ଜିତିଥିଲା ।

ଦଳ ୨୦୧୭, ୨୦୧୯ ଏବଂ ୨୦୨୦ ରେ ଆଇପିଏଲ୍ ଟାଇଟଲ୍ ଜିତିଛି । ମୁମ୍ବାଇ ଏପର୍ଯ୍ୟନ୍ତ ପାଞ୍ଚ ଥର ଟାଇଟଲ ଜିତିଛି । ୨୦୨୨ ମସିହାରେ ମୁମ୍ବାଇ ଜୟଓ୍ବର୍ଦ୍ଧନେଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦେଇଥିଲା। ତାଙ୍କୁ ଗ୍ଲୋବାଲ୍ ହେଡ୍ ଅଫ୍ କ୍ରିକେଟ୍ କରାଯାଇଥିଲା । ଏହି ଅବଧିରେ ସେ ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ମଧ୍ୟ ସାହାଯ୍ୟ କରିଥିଲେ । ଆଇପିଏଲ୍ ୨୦୨୪ ମୁମ୍ବାଇ ପାଇଁ ବହୁତ ଖରାପ ଥିଲା ।

ଦଳ ପଏଣ୍ଟ ଟେବୁଲରେ ନିମ୍ନ ସ୍ଥାନରେ ରହିଥିଲା । ମୁମ୍ବାଇ ଏହି ସିଜନରେ ମୋଟ ୧୪ ଟି ମ୍ୟାଚ୍ ଖେଳି ମାତ୍ର ୪ ଟି ମ୍ୟାଚ୍ ଜିତିଥିଲା। ୧୦ ଟି ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ମୁମ୍ବାଇରେ ଅନେକ ବଡ଼ ଖେଳାଳି ଥିଲେ କିନ୍ତୁ ତଥାପି ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। କିନ୍ତୁ ଗତ ସିଜନରେ ଆଇପିଏଲରେ ଏମଆଇର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବୁଚରଙ୍କୁ ହଟାଇଛି ଦଳ ।

Related Articles

Back to top button
WP Twitter Auto Publish Powered By : XYZScripts.com