Uncategorized

ପୁଣି ସଲମାନଙ୍କୁ ଧମକ; ୫ କୋଟି ଟଙ୍କା ଦାବି, ଆକ୍ସନ ମୋଡ଼ରେ ମୁମ୍ବାଇ ପୋଲିସ

ନୂଆଦିଲ୍ଲୀ: ପୁଣି ବିପଦରେ ଅଭିନେତା ସଲମାନ ଖାନଙ୍କ ଜୀବନ । ହ୍ୱାଟ୍ସଆପ୍‌ରେ ଆସିଲା ମୁମ୍ବାଇ ଟ୍ରାଫିକ୍ ପୋଲିସକୁ ଧମକପୂର୍ଣ୍ଣ ମେସେଜ୍ । ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ସୁରକ୍ଷିତ ରହିବା ପାଇଁ ଟଙ୍କା ଦାବି କରିଛନ୍ତି ଦୁର୍ବୃତ୍ତ । ସୂଚନା ମୁତାବକ, ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍ ନମ୍ବରକୁ ଏକ ଧମକପୂର୍ଣ୍ଣ ମେସେଜ ଆସିଛି l ଯେଉଁଥିରେ ଲରେନ୍ସ ବିଷ୍ଣୋଇ ସହ ଦୀର୍ଘ ଦିନର ଶତ୍ରୁତାକୁ ଶେଷ କରିବାକୁ ଅଭିନେତା ସଲମାନ ଖାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି । ଦୁର୍ବୃତ୍ତ ଜଣଙ୍କ ଆହୁରି ମଧ୍ୟ ଲେଖିଛି ଯେ, ଏହି ମେସେଜକୁ ହାଲୁକାରେ ନିଅ ନାହିଁ ।

ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି ତେବେ ତାଙ୍କୁ ଲରେନ୍ସ ବିଷ୍ଣୋଇ ସହ ଶତ୍ରୁତା ଶେଷ କରିବାକୁ ପଡିବ । ଯଦି ଏହି ସତୃତାକୁ ଶେଷ କରିବାକୁ ଚାହୁଁଛ ତେବେ ୫ କୋଟି ଟଙ୍କା ଦିଅ ନଚେତ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥାଠାରୁ ଆହୁରି ଖରାପ ହେବ । ସେପଟେ ମେସେଜ ମିଳିବା ପରେ ମୁମ୍ବାଇ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନସିପି ନେତା ତଥା ପୂର୍ବ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ବଢିଛି ସଲମାନଙ୍କ ଅଡୁଆ ।

ଏଥିପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆଗ ଅପେକ୍ଷା ବୃଦ୍ଧି କରାଯାଇଛି । ସେପଟେ ସଲମାନଙ୍କ ଫାର୍ମ ହାଉସକୁ ମଧ୍ୟ କଡା ସୁରକ୍ଷା ବଳୟ ଭିତରେ ରହିଛି । ସଲମାନ ଖାନ ଓ ତାଙ୍କର କିଛି ପରିବାର ସଦସ୍ୟଙ୍କୁ ପୂର୍ବର ମଧ୍ୟ ଧମକ ମିଳିଥିଲା । କୁଖ୍ୟାତ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଏମିତି କରାଯାଉଛି ବୋଲି ନିଜେ ମାନିଥିଲା ଗ୍ୟାଙ୍ଗ । ତେବେ ୧୯୯୮ ମସିହାରେ ସଲମାନଙ୍କ ହାତରେ ଏକ ହରିଣର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଲରେନ୍ସ ସଲମାନଙ୍କ ଠାରୁ ପ୍ରତିଶୋଧ ନେବାକୁ ଏପରି କରୁଛି ।

ଏହାପୂର୍ବୂରୁ ସଲମାନଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିବା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ବୁଧବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସଲମାନଙ୍କ ଫାର୍ସ ହାଉସରେ ରେକି କରିଥିବା ଅଭିଯୁକ୍ତଙ୍କୁ ହରିୟାଣାର ପାନିପାତରୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତିର ନାମ ହେଉଛି ସୁକ୍‌ଖା ଓରଫ ସୁଖବିର ବଲବିର ସିଂହ। ସେ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶାର୍ପ ସୁଟର ଏବଂ ତାଙ୍କୁ ନାବି ମୁମ୍ବାଇ ଅଣାଯାଇଛି। ତାଙ୍କୁ କୋର୍ଟରେ ହାଜର କରାଯିବ।

ପୁଲିସ କହିଛି, ସୁକ୍‌ଖାଙ୍କୁ ଗିରଫ କରିବା ଲାଗି ପୁଲିସ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାନିପତରେ ପହଞ୍ଚିଥିଲା। ସେଠାର ଅଭିନନ୍ଦନ ହୋଟେଲର ରୁମ୍‌ ନଂ ୧୦୪ରୁ ତାଙ୍କୁ ଗିରଫ କରାଯାଇଥିଲା । ସେ ନିଜର ବେଶ ବଦଳାଇ ସେଠାରେ ଲୁଚିଥିଲେ। ସେ ପାନିପତର ରେରକଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିବା ପାଇଁ ଦାୟିତ୍ୱ ଦେଇଥିଲା । ତାଙ୍କ ଦଳର କିଛି ସଦସ୍ୟ ଗିରଫ ହୋଇଥିଲେ ହେଁ ସୁକ୍‌ଖା ଫେରାର ଥିଲେ । ଏବେ ବାବା ସିଦ୍ଧକିଙ୍କ ହତ୍ୟାର ଯାଞ୍ଚ କରୁଥିବା ବେଳେ ପୁଲିସକୁ ବଡ଼ ସଫଳତା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com