ଓଡ଼ିଶା

ସାମ୍ଭାବ୍ୟ ବାତ୍ୟା ଦାନାକୁ ନେଇ କଟକ ମହାନଗର ନିଗମର ପ୍ରସ୍ତୁତି ବୈଠକ

କଟକ: ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ କଡ଼ା ପଦକ୍ଷେପ ନେଇଛି ସିଏସି l ଏନେଇ ପାଣିପାଗ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର 23 ଏବଂ 24 ତାରିଖ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦାନା ବା ବାତ୍ୟାର ମୁକାବିଲା ପାଇଁ କଟକ ମହାନଗର ନିଗମ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସତର୍କ ରହିଛି l ଯେ କୌଣସି ପରିସ୍ଥିତିରେ ସିଏମସି ମୁକାବିଲା କରିବ l ବାତ୍ୟାର ସମ୍ଭାବନା ଥିବାରୁ ମହାନଗର ନିଗମ ଅଧିନରେ ଥିବା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି l

ଏଥି ସହିତ ପୁଲିସ ଅଗ୍ନିଶ୍ରମ ବିଭାଗ ଏବଂ ଜିଲା ପ୍ରଶାସନର ପ୍ରାକୃତିକ ବିଭାଗକୁ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି l ଯେଉଁଭଳି ଜିରୋ କlଜ୍ବଳଟି ରହିବ l ଏହା ସହିତ 24 ଘଣ୍ଟିଆ କଣ୍ଟ୍ରୋଲରୁମ୍ ଖୋଲାଯାଇ ଲୋକମାନଙ୍କୁ ବାତ୍ୟା ସମ୍ପର୍କରେ ସମସ୍ତ ସୂଚନା ଯୋଗାଇଦିଆଯିବ ବୋଲି ମେୟର ସୁବାଷ୍ ସିଂ ବାତ୍ୟା କହିଛନ୍ତି l ଅନ୍ୟପଟେ ଆଜି ନିଗମ କାର୍ଯ୍ୟାଳୟ ବିଜୁଭବନ୍ ଠାରେ ବାତ୍ୟା ଦାନାର ମୁକାବିଲା ପାଇଁ ସିଏମସି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକରେ ସରକାରଙ୍କର ଅଗ୍ନିଶମ ବିଭାଗ, ପୁଲିସ ବିଭାଗ ଏବଂ ଜରୁରୀକାଳୀନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ବାତ୍ୟାର ଯେ କୌଣସି ପରିସ୍ଥିତିର ଦୃଢ଼ ମୁକାବିଲା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ବାତ୍ୟାର ସମ୍ଭାବନା ଦୃଷ୍ଟିରୁ ସିଏମସିର ବିଭିନ୍ନ ଅଧିକାରୀ ଓ କର୍ମକର୍ତ୍ତା ମାନଙ୍କ ଛୁଟି ବାତିଲ କରାଯାଇଛି l ଏହି ପ୍ରସ୍ତୁତି ବୈଠକରେ ଉଦ୍ଧାର କାର୍ଯ୍ୟ, ରିଲିଫ ବ୍ୟବସ୍ଥା ଏବଂ ବାତ୍ୟା ସମୟରେ ଦୁର୍ଘଟଣା ସମୀକରଣକୁ ଗୁରୁତ୍ୱ ଦିଆଯାଇଛି l

Related Articles

Back to top button
WP Twitter Auto Publish Powered By : XYZScripts.com