ଓଡ଼ିଶା

ସତ ହେଉଛି ଖଡୀରତ୍ନ ପଞ୍ଜିକା ଭବିଷ୍ୟବାଣୀ; ବାତ୍ୟାକୁ ନେଇ ଉଲ୍ଲେଖ ରହିଛି…

ଭୁବନେଶ୍ୱର: ସତ ହେଉଛି ଖଡୀରତ୍ନ ପଞ୍ଜିକା । ଚଳିତ ବର୍ଷ ଅକ୍ଟୋବର ମାସରେ ବାତ୍ୟା ନେଇ ପଞ୍ଜିକାରେ ପୂର୍ବରୁ ଉଲ୍ଲେଖ ରହିଛି । ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ନେଇ ପଞ୍ଜିକାରେ ଗଣନା ହୋଇଥିଲା । ଅସଲି ଖଡୀରତ୍ନ ପଞ୍ଜିକାର ବର୍ଷକ ମଧ୍ୟରେ ରାଜ୍ୟର ଫଳ କଣ ହେବ ଏବଂ ରାଷ୍ଟ୍ରର ଫଳ କଣ ହେବ ବୋଲି ଉଲ୍ଲେଖ କରାଯାଇଥାଏ ।

ତେବେ ଖଡୀରତ୍ନ ପଞ୍ଜିକାର ୧୯୬ ନଂ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ରାଜ୍ୟର ଉପକୂଳ ଜିଲା ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ନୟାଗଡ଼, କାକଟପୁର, ନିଆଳି ପ୍ରଭୁତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପୁନଶ୍ଚ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ । ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ହେବା ସହ ଆଗାମୀ ନଭେମ୍ବର ମାସରେ ପୁଣି ଏକ ବାତ୍ୟା ହେବ ବୋଲି ଗଣନା କରାଯାଇଛି ।

ନଭେମ୍ବର ୫ରୁ ୯ତାରିଖ ଏବଂ ୧୧ରୁ ୧୫ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ, ଲଘୁଚାପ, ଜୁଆର ଓ ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ପଞ୍ଜିକାରେ ଆକଳନ କରାଯାଇଛି । ସୂଚନା ଅଣୁଅଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେବ। ଏହାପରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ସକାଳେ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com