ଓଡ଼ିଶା

୨୦୨୪ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଲା ‌ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଏହି କାର୍ଯ୍ୟକ୍ରମ ନଭେମ୍ବର ୩ ତାରିଖରେ ସରିବ । ଚଳିତ ଥରର ପ୍ରସଙ୍ଗ ରହିଛି ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତିଭୂମି’ । ସୋମବାର ଲୋକସେବା ଭବନସ୍ଥିତ କନ୍‌ଭେନସେନ ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ସମସ୍ତ ବିଭାଗ/ବିଭାଗୀୟ ମୁଖ୍ୟ, ରାଜ୍ୟ ସରକାରୀ କାର୍ଯ୍ୟାଳୟ ତଥା ସଂସ୍ଥାରେ କାର୍ଯ୍ୟରତ ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି ।

ଅନ୍ୟପଟେ ଦୁର୍ନୀତି କଥା ଆସିଲେ ନୂଆ ସରକାର ଶୂନ୍ୟ ସହନଶୀଳତା ପାଇଁ ପ୍ରତିଶୃତି ବଦ୍ଧ । ସରକାରୀ ବାବୁମାନେ ପୂର୍ବ ସରକାରରେ ଦୁର୍ନୀତିଖୋର ହୋଇଯାଇଥିଲେ । ସବୁ ଦୁର୍ନୀତି ଟଙ୍କାରେ କାହା ସରକାର ଚାଲିଥିଲା ତାହା ସମସ୍ତେ ଜାଣନ୍ତି ବୋଲି କହି ପୂର୍ବ ସରକାରଙ୍କୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କିଛି ଏମିତି କହି ପୂର୍ବ ସରକାରରେ ଯେ କେତେ ଦୁର୍ନୀତି ଚାଲିଥିଲା ତାହା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି ନିବାରଣ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଅଛନ୍ତି । ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଛି । ରାଜ୍ୟରେ ବିଜେପି ସରକାର ଆସିବାରେ ୧୪୦ ଦିନ ହୋଇଛି । ହେଲେ ଏହାରି ଭିତରେ ୬ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ୨୩୩ଟି ପ୍ଲଟ, ୩୨ କୋଠା, ପ୍ରାୟ ୬ କେଜି ସୁନା… ୧୦ କୋଟି ବ୍ୟାଙ୍କ ଡିପୋଜିଟ୍ ଓ ୨୧ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଗିରଫ କରି କୋର୍ଟ ପଠାଯାଇଛି ।

ସେହିପରି ଦୁର୍ନୀତି ଖୋରଙ୍କ ସ୍ଥିତି ଏପରି କରିବା ଦରକାର ଯେ, ତାଙ୍କ ମନରେ ଯେମିତି ସବୁବେଳେ ଭୟ ବଜାୟ ରହିବ ବୋଲି ରାଜ୍ୟ ପ୍ରଶାସନକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେମିତି ଭୁଲ୍ କରୁଥିବା ଲୋକଟି ମନରେ ସଂଶୟ ରହିବ । ଦୁର୍ନୀତି କରୁଥିବା ଅଧିକାରୀଙ୍କ ମନରେ ସବୁବେଳେ ଭୟ ରହିବ, କାଳେ ମୋ ଉପରେ କାହାର ନଜର ନାହିଁ ତ.. । ଏ ସରକାର କେତେବେଳେ ମଧ୍ୟ ବାନ୍ଧିପାରେ l ସବୁ ବେଳେ ମନେପଡ଼ିବ ବୋଲି କହି ରାଜ୍ୟ ପ୍ରଶାସନକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com