ଜାତୀୟ

ବଢ଼ିଲା ଗ୍ୟାସ୍‌ ଦର; ଜାଣନ୍ତୁ କେତେ କେଜି ଗ୍ୟାସରେ କେତେ ଟଙ୍କା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ୧ ନଭେମ୍ବରରୁ ବଢିଛି ଗ୍ୟାସ ସିଲିଣ୍ଡର ଦର । ଦୀପାବଳି ଶେଷ ହେବା ମାତ୍ରେ ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ । ତୈଳ କମ୍ପାନୀ ଗୁଡିକ ପହିଲାରୁ ଗ୍ୟାସ ସିଲିିଣ୍ଡର ଦାମ୍‌ରେ ପରିବର୍ତ୍ତନ କରିଥାନ୍ତି । ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍‌ରେ ୬୨ ଟଙ୍କା ବୃଦ୍ଧି କରାଯାଇଛି । ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରରେ ୬୨ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଘରୋଇ ସିଲିଣ୍ଡର ଦାମରେ ପରିବର୍ତ୍ତନ କରାଯାଇ ନାହିଁ ।

ଦିଲ୍ଲୀରେ ପୂର୍ବରୁ ୧୭୪୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଦାମ୍‌ ବର୍ତ୍ତମାନ ୧୮୦୨ ଟଙ୍କାରେ ମିଳିବ। ଲଗାତାର ଚାରି ମାସ ହେବ ୧୯ କିଲୋ ସିଲିଣ୍ଡର ଦାମ୍‌ ବୃଦ୍ଧି ହୋଇଛି । କଲକାତାରେ ସିଲିଣ୍ଡର ଦାମ୍‌ ୧୯୧୧.୫୦ ଟଙ୍କା । ମୁମ୍ବାଇରେ ୧୭୫୪.୫୦ ଟଙ୍କାରେ ପହଞ୍ଚି ସାରିଛି । ସେହିପରି ଚେନ୍ନାଇରେ ୧୯୬୪ ଟଙ୍କାରେ ମିଳିବ ।

ରେସ୍ତୋରାଁ, ହୋଟେଲ ଆଦିରେ ଏହାର ବ୍ୟବହାର ହୋଇଥାଏ । ବ୍ୟବସାୟିକ ସିଲିଣ୍ଡର ଦାମ୍‌ ବୃଦ୍ଧି ହେଉଥିବାରୁ ଖାଦ୍ୟ-ପେୟ ଦାମ୍‌ ମହଙ୍ଗା ହେବା ନେଇ ଆଶଙ୍କା କରାଯାଉଛି । ତୈଳ କମ୍ପାନୀ ଗୁଡିକ ପ୍ରତ୍ୟେକ ମାସର ପହିଲାରେ ସିଲିଣ୍ଡର ଦାମ୍‌ରେ ପରିବର୍ତ୍ତନ କରି ଥାଆନ୍ତି । କମ୍ପାନୀ ଏହାର ପୂର୍ବରୁ ଅଗଷ୍ଟରେ ଦାମ୍‌ ୬.୫୦, ସେପ୍ଟେମ୍ବରରେ ୩୯ ଟଙ୍କା ଓ ଅକ୍ଟୋବରରେ ୪୮.୫ ଟଙ୍କା ବୃଦ୍ଧି କରିଥିଲା । ତେବେ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ କମ୍ପାନୀଗୁଡ଼ିକ କୌଣସି ପରିବର୍ତ୍ତନ କରିନାହାଁନ୍ତି। ପୂର୍ବ ପରି ଏହା ୮୩୦ ଟଙ୍କାରେ ଉପଲବ୍ଧ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com