ଓଡ଼ିଶା

ସୁଭଦ୍ରା ଯୋଜନା: ରିଜେକ୍ଟ ଲିଷ୍ଟ ପାଇଁ ଆସିବ ନୂଆ ଗାଇଡ଼ ଲାଇନ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ପୁଣି ତିଆରି ହେବ ସୁଭଦ୍ରା ଯୋଜନାର ଗାଇଡଲାଇନ୍ । ତେବେ ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ l ସେନେଇ ନୂଆ ଗାଇଡ଼ ଲାଇନ ଆସିବ । ଏନେଇ ବସିବ ବିଭାଗର ବଡ଼ ବୈଠକ। ସୁଭଦ୍ରାରେ ଅଯୋଗ୍ୟ ଘୋଷିତ ହେଇଥିବା ଦୁଇ ଲକ୍ଷ ୬୭ ହଜାର ରିଜେକ୍ଟ ଲିଷ୍ଟ ଉପରେ ଏହି ବୈଠକରେ ଆଲୋଚନା ହେବ । ଆଉ କେଉଁ ଆଧାରରେ କେମିତି ସେମାନଙ୍କର ଭେରିଫିକେସନ୍ କରାଯିବ ସେନେଇ ନିଷ୍ପତ୍ତି ହେବ ।

ରିଜେକ୍ଟ ଲିଷ୍ଟ ଆବେଦନକାରୀଙ୍କ ଉପରେ ପୁନଃବିଚାର କରାଯିବ । ଆଉ ଖୁବଶୀଘ୍ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ତେବେ ଗତ ୧୭ ତାରିଖରେ ରାଜ୍ୟରେ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ହିଁ ଶୁଭାରମ୍ଭ ହୋଇଥିଲା । ପ୍ରଥମ କିସ୍ତିରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଯାଇଥିଲା ୫ ହଜାର । ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ଆବେଦନ ଭରିବା ବେଳେ ମୋଟ ୬୦ ଲକ୍ଷ ମହିଳା ଏହିଥିରେ ସାମିଲ ହୋଇସାରିଲେଣି ।

ତେବେ ଏବେ ପର୍ଯ୍ୟନ୍ତ ମୋଟ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୬୦ ହଜାର ଯୋଗ୍ୟ ମହିଳାଙ୍କୁ ବହୁ ଚର୍ଚ୍ଚିତ ସୁଭଦ୍ରାର ପ୍ରଥମ କିସ୍ତି ୫୦୦୦ ହଜାର ଲେଖାଁଏ ମିଳିସାରିଛି । ଏବେ ପର୍ଯ୍ୟନ୍ତ କୋଟିଏରୁ ଅଧିକ ମହିଳା ଆବେଦନ କରିସାରିଲେଣି । ତେବେ ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ ସେମାନେ ଏହି ଯୋଜନାରେ ସାମିଲ ହେବେ । ଏଥିରେ ବର୍ଷକୁ ମୋଟ ଦୁଇଟି କିସ୍ତିରେ ୧୦,୦୦୦ ଲେଖାଏଁ ଟଙ୍କା ରାଜ୍ୟର ଯୋଗ୍ୟ ମହିଳାଙ୍କୁ ମିଳିବ । ଆସନ୍ତା ୫ ବର୍ଷରେ ଖାତାକୁ ଚଢିବ ୫୦ ହଜାର ।

Related Articles

Back to top button
WP Twitter Auto Publish Powered By : XYZScripts.com