ଜାତୀୟ

ବିଶିଷ୍ଟ ଅର୍ଥନୀତିଜ୍ଞ ବିବେକ ଦେବରୟଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ବିବେକ ଦେବରୟଙ୍କ ଦେହାନ୍ତ ହୋଇଛି । ତାଙ୍କର ଦେହାନ୍ତ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ଦେବରୟ ରାମକୃଷ୍ଣ ମିଶନ ବିଦ୍ୟାଳୟ (ନରେନ୍ଦ୍ରପୁର), ପ୍ରେସିଡେନ୍ସି କଲେଜ (କୋଲକାତା), ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସ ଏବଂ ଟ୍ରିନିଟି କଲେଜ (କେମ୍ବ୍ରିଜ) ରେ ପାଠ ପଢିଥିଲେ । ସେ ପ୍ରେସିଡେନ୍ସି କଲେଜ (କୋଲକାତା), ଗୋଖଲେ ଇନଷ୍ଟିଚ୍ୟୁଟ ଅଫ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସ (ପୁଣେ)ରେ କାର୍ଯ୍ୟ କରିଥିଲେ । ଆଇନ ସଂସ୍କାର ଉପରେ ଅର୍ଥ ମନ୍ତ୍ରଣାଳୟର UNDP ପ୍ରକଳ୍ପର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ସେ ଜୁନ ୫, ୨୦୧୯ ପର୍ଯ୍ୟନ୍ତ NITI ଆୟୋଗର ସଦସ୍ୟ ମଧ୍ୟ ଥିଲେ । ସେ ଅନେକ ପୁସ୍ତକ, କାଗଜପତ୍ର ଏବଂ ଲୋକପ୍ରିୟ ପ୍ରବନ୍ଧ ଲେଖିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେବରୟଙ୍କ ଦେହାନ୍ତକୁ ସମବେଦନା ଜଣାଇ ତାଙ୍କୁ ଜଣେ ମହାନ ପଣ୍ଡିତ ବୋଲି କହିଛନ୍ତି । ବିବେକ ଦେବରlୟଙ୍କର ପରାମର୍ଶ ରେଳବାଇକୁ ଉପକୃତ କରିଥିଲା । ଯାହା ଭାରତର ଚିତ୍ର ବଦଳାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା କୁହାଯାଇପାରେ ଯେ ଅର୍ଥନୈତିକ ଦୃଷ୍ଟିରେ ସେ ଟିମ ମୋଦିଙ୍କ ଚାଣକ୍ୟ ଥିଲେ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବେକ ଦେବରାୟଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ଲେଖିଛନ୍ତି ଯେ, ମୁଁ ଡକ୍ଟର ଦେବରାୟଙ୍କୁ ବହୁତ ବର୍ଷରୁ ଜାଣିଛି । ମୁଁ ତାଙ୍କ ଅନ୍ତଃଦୃଷ୍ଟି ଏବଂ ଏକାଡେମିକ ଚର୍ଚ୍ଚାକୁ ସବୁବେଳେ ମନେରଖିବି । ତାଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି । ଏଥିସହ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଡା.ବିବେକ ଦେବରାୟ ଜଣେ ମହାନ ବିଦ୍ୱାନ ଥିଲେ ।

ଅର୍ଥଶାସ୍ତ୍ର ସମେତ ରାଜନୀତି, ସଂସ୍କୃତି ତଥା ଦେଶବିଦେଶର ଇତିହାସ ସମ୍ପର୍କରେ ତାଙ୍କର ଗଭୀର ଜ୍ଞାନ ଥିଲା। ନିଜ କର୍ମମୟ ଜୀବନ ମଧ୍ୟରେ ବି ସେ ପ୍ରାଚୀନ ଗ୍ରନ୍ଥ ପ୍ରତି ଯୁବବର୍ବଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଥିଲେ । କଂଗ୍ରେସର ପୁରୁଖା ନେତା ଜୟରାମ ରମେଶ ମଧ୍ୟ ଡା. ଦେବରାୟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସେ ଜଣେ ମହାନୁଭବୀ ବିଦ୍ୱାନ ଓ ଅର୍ଥଶାସ୍ତ୍ରୀ ଥିଲେ ବୋଲି ଉଲ୍ଲେଖ କରିଛନ୍ତି। ସେ ଅର୍ଥଶାସ୍ତ୍ରର ଜଟିଳ ପାଠକୁ ମଧ୍ୟ ବହୁ ସହଜ ଭାଷାରେ ସଧାରଣ ଲୋକଙ୍କୁ ବୁଝାଇ ପାରୁଥିଲେ ବୋଲି କହିଛନ୍ତି ଜୟରାମ ରମେଶ ।

Related Articles

Back to top button
WP Twitter Auto Publish Powered By : XYZScripts.com