ଓଡ଼ିଶା

ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ

ଖୋର୍ଦ୍ଧା: ସାରୁଅସ୍ଥିତ ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପୋଡ଼ି ଯାଇଥିବା ବେଳେ ଜୀବନହାନୀ ହୋଇ ନଥିବା ଜଣା ପଡିଛି । ଗତକାଲି ଷ୍ଟୁଡିଓରେ ସୁଟିଂ ଚାଲିଥିଲା । ସୁଟିଂ ସରିବା ପରେ ରାତିରେ ସମସ୍ତେ ସେଠାରୁ ଚାଲି ଯାଇଥିବା ବେଳେ ଷ୍ଟୁଡିଓ ଗେଟ୍‌ରେ ତାଲା ପଡ଼ିଥିଲା । ମାତ୍ର ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି । ବିଦ୍ୟୁତ୍‌ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଏହି ଅଗ୍ନିକାଣ୍ଡ ଯୋଗୁ ଷ୍ଟୁଡିଓ ଭିତରେ ଥିବା ବହୁ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଉଛି । ଆଜି ସକାଳ ଭୋରରୁ ସ୍ଥାନୀୟ ଲୋକେ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ୪ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ସମୟ ପରିଶ୍ରମ କରିବା ପରେ ସେମାନେ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ତେବେ ଉକ୍ତ ସମୟରେ ଷ୍ଟୁଡିଓ ଭିତରେ କେହି କର୍ମଚାରୀ ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣାର ତୁରନ୍ତ ଖବର ପାଇ ସ୍ଥାନୀୟ ପୁଲିସ୍‌ ଆରମ୍ଭ କରିଛି ତଦନ୍ତ ।

Related Articles

Back to top button
WP Twitter Auto Publish Powered By : XYZScripts.com