ଓଡ଼ିଶାରାଜନୀତି

ଆଇସିୟୁରେ ବିଜେଡିର ସାଲାଇନ୍ ଲାଗିଛି, ଆୟୁଷ ବହୁତ କମ୍: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଦଳବଦଳ ରାଜନୀତି ଓ ରାଜନେତାଙ୍କ ବୟାନବାଜିରେ ପଡ଼ୁନି ପୂର୍ଣ୍ଣଛେଦ। ବିଜେଡିର ଆୟୁଷ ବହୁତ କମ୍ । ଏବେ ବିଜେଡି ଆଇସିୟୁରେ ସାଲାଇନ୍ ଲାଗିଛି । ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବା ନେଇ ବରିଷ୍ଠ ବିଜେଡି ନେତା ଅତନୁଙ୍କ ବୟାନଙ୍କୁ କଡା ସମାଲୋଚନା କରି ଏପରି କିଛି ଜବାବ ରଖିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ।

ସେ କହିଛନ୍ତି, ଆଇସିୟୁରେ ବିଜେଡି। ଏବେ ସାଲାଇନ୍ ଲାଗିଛି । ଅତନୁ ବାବୁ କହୁଛନ୍ତି ବିଜେଡି କଂଗ୍ରେସ ସହିତ ମିଶି ପୁଣି ସରକାର କରିବ। ଆମେ ସ୍ଵାଗତ କରୁଛୁ । ହେଲେ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ତ ବହୁତ କମ୍ । ଏବେ ତ ବିଜେଡି ସାଲାଇନ ଲାଗିଲାଣି, ଆଇସିୟୁରେ ଅଛି । ଆଉ ସରକାରକୁ ଆସିବାକୁ ବିଜେଡିରେ ନେତୃତ୍ୱ କାହିଁ? ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ସେ କହିଛନ୍ତି ବିଜେଡି ଲିଜରେ ଚାଲିଥିଲା। କେତେବେଳେ ପ୍ୟାରୀ ଆଉ କେତେବେଳେ ପାଣ୍ଡିଆନ୍ ଦଳର ଲିଜ୍ ନେଇଥିଲେ । ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି। ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଏଭଳି କହୁଛନ୍ତି ଅତନୁ ବୋଲି କଟାକ୍ଷ କରିଛନ୍ତି ଜୟନାରାୟଣ ।

ସେପଟେ ଜୟନାରାୟଣ ବୟାନକୁ ନେଇ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କ’ଣ ହେବ। ତାର ନିଷ୍ପତ୍ତି ଓଡ଼ିଶାର ଜନସାଧାରଣ ନେବେ । ବିଜେପି ଏଭଳି ଦିବା ସ୍ୱପ୍ନ ଦେଖିବା ଛାଡ଼ନ୍ତୁ । ୪ ମାସ ମଧ୍ୟରେ କିଏ ଆଇସିୟୁକୁ ଯାଉଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ ବୋଲି ପ୍ରତିଉତ୍ତର ଦେଇଛନ୍ତି ଧ୍ରୁବ। ତେବେ ରାଜ୍ୟରେ କଣ ସତରେ ବିଜେଡି ସରକାରକୁ ଫେରିବ, ତାହା ସମୟ କହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com