ଓଡ଼ିଶା
ରାଜଧାନୀରେ ଆଇଟି ରେଡ୍; ୮ଟି ସ୍ଥାନରେ ଚାଲିଛି ଚଢାଉ
ଭୁବନେଶ୍ୱର: ରାଜଧାନୀରେ ଆଇଟି ରେଡ୍ । ଭୁବନେଶ୍ୱରର ମାଇନ୍ସ କମ୍ପାନୀରେ ରେଡ କରିଛି ଆଇଟି ବିଭାଗ । ଏସ୍.ଏନ୍ ମହାନ୍ତି ଗ୍ରୁପର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା, ବଡ଼ବିଲ ଓ ଭୁବନେଶ୍ୱର ସମେତ ୮ଟି ସ୍ଥାନରେ ଏହି ରେଡ୍ କରାଯାଇଛି।
ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି। ବଡ଼ବିଲରେ ଥିବା କମ୍ପାନୀ ଅଫିସ, ଭୁବନେଶ୍ୱରରେ ଥିବା ଘର ଓ କର୍ପୋରେଟ ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ତେବେ ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନି।