ଝାଡ଼ଖଣ୍ଡ: ଶପଥ ନେଲେ ହେମନ୍ତ ସୋରେନ । ଲଗାତାର ୪ର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନ କରିବା ପାଇଁ ନେଇଛନ୍ତି ଶପଥ । ଏଥି ସହିତ ସେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ପଦବୀରେ ଅଳଙ୍କୃତ ହୋଇଛନ୍ତି ।
ଏହି ଶପଥ ପାଠ ଉସôବରେ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଥିଲା ଜାତୀୟ ରାଜନୀତିର ହେଭିୱେଟମାନଙ୍କ ମେଳି । ଯେଉଁଥିରେ ଲୋକସଭାର ବିରୋଧି ଦଳର ନେତା ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଅଖିଲେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଜେଡି ନେତା ତେଜସ୍ୱୀ ଯାଦବ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର, ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଇଣ୍ଡିଆ ଗଠବନ୍ଧନର ପ୍ରମୁଖ ନେତା ଯୋଗ ଦେଇଥିଲେ । ଚଳିତ ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟରେ ଭଲ ପ୍ରଦର୍ଶନ କରିଥିଲା ।