ପୁରୀ: ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଲେ ରାଜ୍ୟ ସରକାର । ରତ୍ନଭଣ୍ଡାର କାର୍ଯ୍ୟ ମରାମତି ବେଳେ କିପରି ଭକ୍ତ ଜଗା ଦର୍ଶନରେ ଅସୁବିଧାର ସାମ୍ନା ନ କରିବେ ସେ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ୟ୍ୟ । ଏଥିପାଇଁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ସ୍ୱତନ୍ତ୍ର ବୈଠକ । ତେବେ ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାରଫିଟିବ । ଦ୍ୱିପହର ଧୂପ ସରିବା ପରେ ପ୍ରାୟ ପାଞ୍ଚଘଣ୍ଟା ଧରି ମରାମତି କାର୍ୟ୍ୟ କରାଯିବ । ଜିପିଆର ଓ ଜିପିଆରଏସ ସର୍ଭେରେ ଚିହ୍ନଟ ହୋଇଥିବା ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ମରାମତି କରାଯିବ । ମରାମତି ସମୟରେ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ବ୍ୟବହାର କରି ମରାମତି କରାଯିବ । ମରାମତି ସମୟରେ ଏସଓପିକୁ କଡାକଡି ପାଳନ କରାଯିବ ବୋଲି ଏଏସଆଇ ଡେପୁଟି କନଜରଭେଟର ସୂଚନା ଦେଇଛନ୍ତି ।
Related Articles
ସ୍ମାର୍ଟ ହେବ ‘ଲକ୍ଷ୍ମୀ’ ବସ୍ ସେବା
November 12, 2023
Check Also
Close