ଭୁବନେଶ୍ୱର: ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କୁ ନୂଆ ଦାୟିତ୍ୱ ଦେଲେ ସରକାର । ଏଣିକି ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଭାବେ ନେଲେ କାର୍ଯ୍ୟଭାର । ଟ୍ରିବ୍ୟୁନାଲକୁ ନେଇ ବହୁ ବାଦ ବିବାଦ, ରାଜନୈତିକ କାଦୁଅ ଫିଙ୍ଗା ଚାଲିଥିଲା । ଏହାକୁ ନେଇ ଅନେକ ଅନିଶ୍ଚିତତା ଜାରି ରହିଥିଲା। ଗତ ଫେବ୍ରୁଆରୀ ମାସରୁ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କ କାର୍ୟ୍ୟକାଳ ସରିବା ପରେ ଏହି ପଦ ଖାଲି ପଡିଥିଲା। ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ରହିଛି ଜଳ ବିବାଦ। ଏହାକୁ ସମାଧାନ ପାଇଁ ଗଠିତ ହୋଇଥିଲା ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ବର୍ତ୍ତମାନ ଏହି ଅଧ୍ୟକ୍ଷ ନିଯୁକ୍ତି ପରେ ମହାନଦୀ ସଂକ୍ରାନ୍ତରେ ଆଗାମୀ ଦିନରେ କିଛି ବଡ ନିଷ୍ପତ୍ତିକୁ ନେଇ ଆଶା ଉଜ୍ଜୀବିତ ହେଉଛି।