
ଭୁବନେଶ୍ୱର: ଓଡ଼ିଶା ଆସିବେ ଗୃହମନ୍ତ୍ରୀ । ଦୁଇ ଦିନିଆ ଗସ୍ତରେ ଆସିବେ ଅମିତ ଶାହ । ୨୮, ୨୯ ଏବଂ ୩୦ ଭିତରୁ କେଉଁ ଦୁଇ ଦିନରେ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ ରହିଛି । କାର୍ୟ୍ୟକ୍ରମ ଚୂଡ଼ାନ୍ତ ପରେ ସୂଚନା ଦିଆଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ତେବେ କାର୍ୟ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ଭୁବନେଶ୍ୱରରେ ବିଧାୟକମାନଙ୍କ ଟ୍ରେନିଂ କାର୍ୟ୍ୟକ୍ରମରେ ଯୋଗ ଦେବା ସହ ସମ୍ବଲପୁର ମଧ୍ୟ ଗସ୍ତ କରିପାରନ୍ତି । କିଛି ବିକାଶମୂଳକ କାର୍ୟ୍ୟର ଉଦଘାଟନ କାର୍ୟ୍ୟକ୍ରମରେ ଯୋଗ ଦେଇପାରନ୍ତି ଅମିତ ଶାହ । ଏହା ପରେ ପୁଣି ଜାନୁଆରୀରେ ୨ ଥର ଆସିବେ ଅମିତ ଶାହ।