Featuredଓଡ଼ିଶା

ଅଦିନିଆ ବର୍ଷାରେ ଫସଲ ନଷ୍ଟ: ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର: ୩୦ ସୁଦ୍ଧା ଆସିବ କ୍ଷୟକ୍ଷତି ରିପୋର୍ଟ । ଅଦିନିଆ ବର୍ଷାରେ ହୋଇଥିବା ଫସଲ ନଷ୍ଟକୁ ନେଇ ସମୀକ୍ଷା ପରେ ପ୍ରେସମିଟ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୨୦ରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ଓ ଦ୍ୱିତୀୟ ଫେଜ ବର୍ଷା ଯୋଗୁଁ ଚାଷ କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ବୀମା କରିଥିବା ଚାଷୀଙ୍କୁ ସମୟ ପୂର୍ବରୁ ନିଜର କ୍ଷୟକ୍ଷତି ନେଇ ସରକାରଙ୍କୁ ଅବଗତ କରିବା ପାଇଁ ନିବେଦନ କରାଯାଇଛି ବୋଲି ସେ କହିଛନ୍ତି । ଚାଷୀମାନଙ୍କୁ ଡିବିଟି ମାଧ୍ୟମରେ କ୍ଷତିପୂରଣ ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି । ଆସିଥିବା ରିପୋର୍ଟକୁ ନେଇ ବୀମା କମ୍ପାନୀଗୁଡ଼ିକ ସହ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର । ସରକାରୀ ସାହାଯ୍ୟ ସମସ୍ତଙ୍କୁ ମିଳିବ । ଏପର୍ୟ୍ୟନ୍ତ ୧ ଲକ୍ଷ ୨୬ ହଜାର ଚାଷୀ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମାରେ ରିପୋର୍ଟ ହୋଇଛି । ଆସନ୍ତାକାଲି ସୁଦ୍ଧା ସମସ୍ତ ଚାଷୀ ନିଜ ନିଜର କ୍ଷୟକ୍ଷତି ବାବଦରେ ଅଭିଯୋଗ ଦିଅନ୍ତୁ । ଧାନ ସହ ପାନ ଆଉ ପରିବା ଚାଷୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ । କ୍ଷତିକ୍ଷତି ବାବଦରେ ଅଭିଯୋଗ ଜଣାଇବା ପାଇଁ କୃଷି ବିଭାଗ ପକ୍ଷରୁ କୃଷି ରକ୍ଷକ ଆପ୍ଲିକେସନ ଆରମ୍ଭ କରାଯାଇଛି । ଏହାସହ ୧୪୪୪୭ ଟୋଲ ଫ୍ରି ନମ୍ୱରରେ ଚାଷ ଅଭିଯୋଗ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com