Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶା

SJTAର ଅଧ୍ୟକ୍ଷ ହେଲେ ମୁଖ୍ୟ ଶାସନ ସଚିବ

ପୁରୀ: ମନୋଜଙ୍କ କାନ୍ଧରେ ଆଉ ଏକ ବଡ଼ ଦାୟିତ୍ୱ ଦେଲେ ମୋହନ । ରାଜ୍ୟର ଶାସନ ଭାର ସମ୍ଭାଳୁ ଥିବା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ମିଳିଲା ଗୁରୁ ଦାୟିତ୍ୱ । ଏଣିକି ଜଗନ୍ନାଥଙ୍କ କଥା ବୁଝିବେ ମନୋଜ । ଶ୍ରୀ ଜଗନ୍ନାଥ ଟେମ୍ପଲ ଆଡମିନିଷ୍ଟ୍ରେସନର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । କମିଟିର ଅଧ୍ୟକ୍ଷ ଭାବେ ଏଣିତି ସେ କରିବେ ଅଧ୍ୟକ୍ଷତା । ତେବେ ଏହି କମିଟିରେ ସେ ନୂଆ ନୁହଁନ୍ତି । ପୂର୍ବରୁ ଶ୍ରୀମନ୍ଦିର କାର୍ୟ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଥିଲେ । ୨୦୨୪ ଅଗଷ୍ଟ ୧୩ ତାରିଖରୁ କାର୍ୟ୍ୟକାରୀ ଅଧ୍ୟକ୍ଷ ଥିଲେ । ତାଙ୍କୁ ସରକାର ଏବେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଉଛନ୍ତି । ଗତ ବର୍ଷ ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ମିଳିଥିଲା । ଏବଂ ଅଗଷ୍ଟ ମାସରେ ତାଙ୍କୁ ଶ୍ରୀମନ୍ଦିର କାର୍ୟ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା । ଏହାପରେ ଡିସେମ୍ବର ମାସରେ ତାଙ୍କ କାର୍ୟ୍ୟକାଳକୁ ବର୍ଷେ ଯାଏଁ ବଢାଇଦିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com