Uncategorized

ରାତି ୧୦ ପରେ ଆଉ ଖୋଲିବନି ଦୋକାନ ବଜାର !

ସୁନ୍ଦରଗଡ଼ : ଏଣିକି ସାବାଡ୍ ହେବେ ଅପରାଧୀ। ଆଉ ଖୁଲମଖୁଲା ବୁଲି ପାରିବେନି। ରାତିରେ ଆଉ ଦୋକାନ ବଜାରରେ କରିପାରିବେନି ଖଟି। ଏଥିପାଇଁ ବଡ଼ ପଦକ୍ଷେପ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ଏଣିକି ରାତି ୧୦ଟା ପରେ ଦୋକାନରେ ଝୁଲିବ ତାଲା। ଏନେଇ ପୋଲିସ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଯଦି ନିୟମ ଖିଲାପ ହୁଏ ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ପୋଲିସ ।ଦୋକାନ ଖୋଲା ରହିଲେ ରାତିରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଅପରାଧୀମାନେ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ପାଉଛନ୍ତି। ଏଣୁ ଏସବୁ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ପ୍ରଶାସନ ଏହି ପଦକ୍ଷେପ ନେଇଛି। ତେବେ ଆଜିଠାରୁ ଏହାକୁ କଡା କଡି ଭାବେ ପାଳନ୍ କରାଯିବା ନେଇ ନୋଟିସ ରେ ଉଲ୍ଲେଖ ରହିଛି।

ଦିନକୁ ଦିନ ସୁନ୍ଦରଗଡ଼ ସହରରେ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ତେବେ ଏଥିରେ କିପରି ସୁଧାର ଆସିବ ଓ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ଠିକ୍ ରହିବ ସେନେଇ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ବିଭାଗ ଏନେଇ ବଡ଼ ପଦକ୍ଷେପ ନେଇଛି।

 

 

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com