Breaking Newsଜାତୀୟରାଜନୀତି

ସତ ହେଲା ଏକଜିଟ୍ ପୋଲ , ଆଗରେ ବିଜେପି

ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି। ଦିଲ୍ଲୀରେ ପ୍ରାରମ୍ଭିକ ପର୍ଯ୍ୟାୟ ଗଣତିରୁ କଂଗ୍ରେସ ଓ ଆପକୁ ବହୁ ପଛରେ ପକାଇ ବିଜେପି ଆଗେଇ ଚାଲିଛି। ବିଜେପିର ଏପରି ଧାରାକୁ ଦେଖିଲେ ଲାଗୁଛି ଏକଜିଟ୍ ପୋଲ୍‌ରେ ଆକଳନ ସତ ହେବାକୁ ଯାଉଛି। ଦିଲ୍ଲୀରେ ଦୀର୍ଘ ୨୭ ବର୍ଷର ବନବାସ ପରେ ବିଜେପି ବିଜୟର ମୁକୁଟ ପିନ୍ଧିବ ବର୍ତ୍ତମାନ ବୋଲି ଚାଲିଥିବା ଟ୍ରେଣ୍ଡରୁ ଅନୁମାନ କରଯାଉଛି। ସବୁଠାରୁ ରୋଚକ କଥା ହେଉଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶି କାଲବାଜି ଆସନରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ଅଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀରେ କଂଗ୍ରେସ ଓ ଆପକୁ ପଛରେ ପକାଇ ବିଜେପି ବିଜୟ ପଥରେ ଆଗେଇ ଚାଲିଥିବାରୁ ପାର୍ଟି କର୍ମୀଙ୍କ ମହଲରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ଗତ ଫେବୃଆରୀ ୫ ତାରିଖରେ ଦିଲ୍ଲୀର ୭୦ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିଥିଲେ ୧.୫୫ କୋଟି ଭୋଟର୍। ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନୀ ମୈଦାନକୁ ଚଳିତ ଥର ଓହ୍ଲାଇଛନ୍ତି ୬୯୯ ଜଣ ପ୍ରାର୍ଥୀ।।

Related Articles

Back to top button
WP Twitter Auto Publish Powered By : XYZScripts.com