Breaking NewsFeaturedଓଡ଼ିଶାରାଜନୀତି

ଆଜି ଆସିବ ରାଜ୍ୟ ବଜେଟ

ଭୁବନେଶ୍ୱର : ଆଜି ଗୃହରେ ଉପସ୍ଥାପନ ହେବ ଓଡ଼ିଶା ବଜେଟ ୨୦୨୫-୨୬ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ୯୦ତମ ରାଜ୍ୟ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ବିକଶିତ ଓଡ଼ିଶା ଲକ୍ଷ୍ୟ ରଖିଥିବା ବିଜେପି ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବାକୁ ଯାଉଛନ୍ତି । ଚଳିତ ଥର ବଜେଟରେ ସରକାର ଜନ କଲ୍ୟାଣ ପାଇଁ ଆଣିପାରନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା । ବିଶେଷ କରି ସୁଭଦ୍ରା, ଧାନ ଏମଏସପି ଉପରେ ୮୦୦ ଟଙ୍କାର ସବସିଡି ସହ ଅନ୍ତଦ୍ବୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା , ପ୍ରତି ବ୍ଲକ୍ ରେ ଷ୍ଟାଡିୟମ, ୫୮ ଟି ନୂଆ ଶୀତଳ ଭଣ୍ଡାର ସହ ୧୦୦ ରୁ ଅଧିକ ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ପାଇଁ ବ୍ୟୟ ବରାଦରେ ବଜେଟର ବଡ ଅଂଶ ଯାଇପାରେ ।

ଏଥର କୃଷି, ଟୁରିଜିମ୍, ସର୍ଭିସ ସେକ୍ଟରକୁ ବେଶୀ ଗୁରୁତ୍ବ ଦେଇପାରନ୍ତି ସରକାର । ଉତ୍କର୍ଷ ଓଡିଶାର ଆଧାରରେ ହୋଇପାରେ ବଜେଟର ରୁପରେଖ । ଏଥର ୨ ଲକ୍ଷ ୮୦ ହଜାର କୋଟି ଟପିପାରେ ରାଜ୍ୟ ବଜେଟ୍ । ସରକାରଙ୍କ ଫୋକସରେ ଯୁବ ମହିଳା, ଚାଷୀ ଓ ଗ୍ରାମାଞ୍ଚଳ ବିକାଶ । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି କ୍ଷେତ୍ରକୁ ମିଳିପାରେ ଅଧିକ ଗୁରୁତ୍ବ ।

 

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com