ଏଣିକି ସବୁ ଜିଲ୍ଲାରେ ମିଳିବ କ୍ୟାନସର୍ ଚିକିତ୍ସା

ଭୁବନେଶ୍ୱର : ଏଣିକି ରାଜ୍ୟରେ ସବୁ ଜିଲ୍ଲାରେ ହେବ କ୍ୟାନସର୍ ଚିକିତ୍ସା । ସବୁ ହସ୍ପିଟାଲ ମାନଙ୍କରେ ରହିବ କେମୋଥେରାପି ବ୍ୟବସ୍ଥା । ପ୍ରତି ଜିଲ୍ଲାରେ ହେବ ଡେ କେୟାର ସେଣ୍ଟର । ଗୃହରେ ଆଜି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏ ସମ୍ପର୍କରେ ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସହରରେ ଥିବା ସମସ୍ତ ପୁରୁଣା ଜିଲ୍ଲା ମୁଖ୍ୟାଳୟକୁ ସାଟେଲାଇଟ ସେଣ୍ଟର ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି । ଏଥିପାଇଁ ରାଜ୍ୟ ବଜେଟରୁ ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଥିବା ୯ ଟି DHHକୁ ସେଟଲାଇଟ ସେଣ୍ଟର କରାଯିବ। ଏଥିପାଇଁ ଆଜି ପ୍ରସ୍ତବ ରଖିଛନ୍ତି ରାଜ୍ୟ ସରକାର ।
ଏଠାରେ ୧୦ଟି ବେଡ଼ ସହ ୨୪ ଘଣ୍ଟା କାମ କରୁଥିବା ଆମ୍ବୁଲାନ୍ସ ରହିବ। ରୋଗୀଙ୍କ ଚିକିତ୍ସା ପାଇଁ କିଛି ସ୍ପେସାଲିଷ୍ଟ ଡାକ୍ତର ମଧ୍ୟ ରହିବେ। ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଆସିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।