Breaking NewsFeaturedଓଡ଼ିଶାଶିକ୍ଷା
ଆସନ୍ତାକାଲି ଖୋଲାରହିବ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ

ଭୁବନେଶ୍ୱର: ମାର୍ଚ୍ଚ ୫ ତାରିଖ ଅର୍ଥାତ ଆସନ୍ତାକାଲି ଖୋଲା ରହିବ ରାଜ୍ୟର ସବୁ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏହି ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ଖୋଲା ରହିବ। ପୂର୍ବରୁ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ମାର୍ଚ୍ଚ ୫ ଛୁଟି ରହୁଥିଲା। ତେବେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳିବାକୁ ସରକାରଙ୍କ ପକ୍ଷରୁ ସୋମବାର ନିଷ୍ପତ୍ତି ହୋଇଥିଲା।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଆସନ୍ତା ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ନ ହୋଇ ଏପ୍ରିଲ ୨୪ରେ ପାଳନ ହେବ । ପ୍ରତି ବର୍ଷ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହୁଏ। ଜାତୀୟ ଓ ରାଜ୍ୟସ୍ତରରେ ଥିବା ଅସହଂତିକୁ ଦୂର କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି।