Breaking NewsFeaturedଓଡ଼ିଶା

ରାଜ୍ୟରେ ଆହୁରି ବଢ଼ିବ ତାତି

ଭୁବନେଶ୍ୱର: ମାର୍ଚ୍ଚ ମାସ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ। ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଦିନକ ପରେ ରାଜ୍ୟରେ ବଢ଼ିବ ତାତି। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଜି ଏବଂ ଆସନ୍ତାକାଲି ଦିନର ସର୍ବୋଚ୍ଚ ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ। ଝାରସୁଗୁଡାରେ ଗତକାଲି ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ଅନ୍ୟ ସହରରେ ବି ତାପମାତ୍ରା ଉପରମୁହାଁ ହୋଇଛି । ସେହିପରି ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଥିଲା ୩୬.୪ ଡିଗ୍ରୀ। ସେହିପରି କଟକରେ ୩୪.୬ ଡିଗ୍ରୀ ରହିଥିଲା ସର୍ବୋଚ୍ଚ ତାପମାତ୍ରା ।

ଅନ୍ୟପଟେ ଏଥର ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 

Related Articles

Back to top button
WP Twitter Auto Publish Powered By : XYZScripts.com