Featuredଓଡ଼ିଶା

ଏପ୍ରିଲରୁ କାର୍ଯ୍ୟକାରୀ ହେବ ଏଲିଭେଟର କରିଡର

ଭୁବନେଶ୍ୱର: କାର୍ଯ୍ୟକାରୀ ହେବ ଏଲିଭେଟର କରିଡର । ରାଜ୍ୟ ସରକାର ଏହାକୁ ଖୁବ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି । ଏପ୍ରିଲ ଶେଷ ଆଡ଼କୁ ଭୁବନେଶ୍ୱରରେ ଏଲିଭେଟେଡ କରିଡ଼ର ପାଇଁ ରାଜ୍ୟ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ପର୍ୟ୍ୟନ୍ତ ରାସ୍ତାରେ ସରକାର କରିବେ ଏଲିଭେଟେଡ କରିଡ଼ର । ସ୍ମାର୍ଟସିଟିରୁ ଟ୍ରାଫିକ୍ ଭିଡ କମାଇବା ପାଇଁ ବିଜେପି ସରକାର ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଥମ ଫ୍ଲୋର ରାସ୍ତାରେ ୪ ଲେନ୍ ରାସ୍ତା ରହିବ, ତା ଉପର ବା ଦ୍ଵିତୀୟ ଫ୍ଲୋରରେ ମେଟ୍ରୋ ଟ୍ରେନ ଯିବା ପାଇଁ ଟ୍ରାକ୍ ରହିବ । ତଳେ ୬ ଲେନ୍ ରାସ୍ତା, ଏଲିଭେଟେଡ ରାସ୍ତାରେ ୪ ଲେନ୍ ରାସ୍ତାକୁ ମିଶାଇ ୧୦ ଲେନ୍ ରାସ୍ତା ନିର୍ମାଣ କରାଯିବ ।
ଜୟଦେବ ବିହାର ଜାତୀୟ ରାଜପଥ ଫ୍ଲାଏ ଓଭର ସହ ସଂଯୋଗ ହୋଇ ନିର୍ମାଣ କରାଯିବ ଏଲିଭେଟେଡ କରିଡ଼ର । ଏହାକୁ ଡବଲ ଡେକର କରିଡ଼ର କରିବା ପାଇଁ ଯୋଜନା ରଖାଯାଇଛି । ଏହାଦ୍ବାରା ଜମି ଅଧିଗ୍ରହଣ ଓ ଉଚ୍ଛେଦ ଭଳି ସମସ୍ୟା ଆଉ ରହିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com