Featuredଓଡ଼ିଶାରାଜନୀତି

ପଦ୍ମ କ୍ୟାମ୍ପରେ ବଡ ଗେମ୍! ଗେରୁଆ ହେବେ ବିଜେଡି ସାଂସଦ! ୱାକଫ୍ ସମର୍ଥନ ପରେ ଚର୍ଚ୍ଚା ଜୋର

ଭୁବନେଶ୍ୱର: ବିଜେଡିରେ ଉଠିଛି ୱାକଫ୍ ଝଡ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଭର୍ସେସ ବିଜେଡି । ହାଟରେ ପଡି ଦାଣ୍ଡରେ ଗଡିଲାଣି ଦଳୀୟ କଳି । ଯାହା ଗତ ୨୪ବର୍ଷରେ ଦେଖିବାକୁ ମିଳିନଥିଲା । ଲାଗୁଛି ୱାକଫ୍ ମାଡରେ ନଇଁ ପଡିଛି ଦଳ । କାରଣ ଏବେ ଖୋଲି ଯାଇଛି ଦଳର ଗୁମର । ଆଉ ଆରମ୍ଭ ହୋଇଛି ଭିନ୍ନ ଚର୍ଚ୍ଚା । ବିଭିନ୍ନ ରାଜନୈତିକ ମହଲ ହେଉ କି ବିଶେଷଜ୍ଞ ସାଂସଦ ସସ୍ମିତ ପାତ୍ରଙ୍କୁ ନେଇ କଲେଣି ନାନା କଳ୍ପନାଜଳ୍ପନା । ଚର୍ଚ୍ଚା ହେଉଛି ସସ୍ମିତ କୁଆଡେ ସବୁଜ ଛାଡି ଗେରୁଆ ହେବେ । ଅର୍ଥାତ ଖୁବଶୀଘ୍ର ଶଙ୍ଖ ଛାଡି ପଦ୍ମ ଧରିପାରନ୍ତି । ଯେବେଠୁ ସେ ଓ୍ୱାକଫ୍ ବିଲକୁ ସମର୍ଥନ କରିଛନ୍ତି, ଆଉ ଏଇ କଥାକୁ ନେଇ ରାଜନୀତି ତେଜିଛି, ସେବେଠୁ ରାଜନୀତିର ଗଳିରେ ଏହି ଚର୍ଚ୍ଚା ବଢିଯାଇଛି ।

ପୂର୍ବରୁ ମଧ୍ୟ ମୁନା ଖାଁ ସିଧା ସିଧା ସସ୍ମିତଙ୍କୁ ଶୁଣାଇ ଦେଇଛନ୍ତି । ଇଛା ହଉଛି ଯଦି ବିଜେପିକୁ ଚାଲିଯାଓ । ଅନ୍ୟପଟେ ଆଉ ଏକ କାରଣ ଦେଖିଲେ ପୂର୍ବରୁ ମଧ୍ୟ ୨ରାଜ୍ୟସଭା ସାଂସଦ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ମମତା ମହନ୍ତ ଓ ସୁଜିତ କୁମାର ଉଭୟ ନବୀନଙ୍କ ହାତ ଛାଡି ଦେଇଛନ୍ତି । ଆଉ ଠିକ୍ ସେହି ଢଙ୍ଗରେ ଏବେ ସସ୍ମିତ ବି ଚାଲୁଥିବା ଚର୍ଚ୍ଚା ହେଉଛି । ଯଦି, ରାଜନୀତିର ଗଳିକନ୍ଧିରେ ବୁଲୁଥିବା ଖବର ସତ ହୁଏ, ତେବେ ସସ୍ମିତ ପଦ୍ମ ଧରିବା ଏକ ପ୍ରକାର ପକ୍କା ବୋଲି ଚର୍ଚ୍ଚା ଜୋରଧରିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡିରେ ଓ୍ୱାକଫ୍ ବିଲକୁ ନେଇ ଦଳରେ ତୁମ୍ବିତୋଫାନ ହେଲାଣି, ସୁପ୍ରିମୋଙ୍କ ପାଖରେ ନେତାଏ କାର୍ୟ୍ୟାନୁଷ୍ଠାନ ପାଇଁ ଗୁହାରୀ କଲେଣି । ତଥାପି ମୁହଁ ଖୋଲୁନାହାନ୍ତି ସସ୍ମିତ । ଏବେ ବି ସେ ବିଦେଶ ଗସ୍ତରେ ଥିବାବେଳେ, ଏ ପ୍ରସଙ୍ଗରେ ଗୋଟିଏ ବି ପ୍ରତିକ୍ରିୟା ରଖିନାହାଁନ୍ତି । ତେଣୁ ତାଙ୍କର ଏ ନୀରବତା ଅନେକ କିଛି ଚର୍ଚ୍ଚା ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com