
ଜାମ୍ମୁ-କାଶ୍ମୀର: ବିଧାନସଭାରେ ୱାକଫ୍ ତାତି । ବିଲକୁ ନେଇ ହୋହଲ୍ଲା ପରିସ୍ଥିତି । ପ୍ରବଳ ହଙ୍ଗାମା ସହ ହଟ୍ଟଗୋଳ । ମୁହାଁମୁହିଁ ହେଲେ ବିଜେପି ବିଧାୟକ ଓ ଆପ୍ ବିଧାୟକ । ସ୍ଥିତି ଏମିତି ହୋଇଛି ଯେ, ହାତାହାତି ଯାଏଁ କଥା ପଳେଇଛି । ଏ ଦୃଶ୍ୟ ହେଉଛି ଜାମ୍ମୁ-କାଶ୍ମୀର ବିଧାନସଭାର । ଦେଖନ୍ତୁ କେମିତି ଉଭୟ ପକ୍ଷର ନେତାମାନେ ପରସ୍ପର ବିରୋଧରେ କରୁଛନ୍ତି ଆରୋପ ପ୍ରତ୍ୟାରୋପ । ଏହାସହ ନ୍ୟାସନାଲ କନଫରେନ୍ସ ବିଧାୟକମାନେ ସ୍ଲୋଗାନ ବି ଦେଇଥିଲେ । ପ୍ରଥମେ ଏନସି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ୱାକଫ ଆଇନ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। କିନ୍ତୁ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ଘଟିଛି ତୁମ୍ବିତୋଫାନ । ଏହାପରେ ପ୍ରଥମେ ୩ଘଂଟା ପାଇଁ ଗୃହକୁ ମୁଲତବୀ କରାଯାଇଥିଲା ।
ଅନ୍ୟପଟେ ବିଧାନସଭା ବାହାର ପ୍ରବେଶ ପଥରେ ବିଜେପି ଓ ଆପ ବିଧାୟକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ, ଠେଲାପେଲି ଓ ହାତାହାତି ହୋଇଥିଲା । ବିଧାନସଭା ଭିତରେ ଆପ୍ ନେତାମାନେ ବିବାଦୀୟ ମନ୍ତବ୍ୟ ଦେଉଥିବାର ବିଜେପି ନେତାମାନେ ଅଭିଯୋଗ କରିଛନ୍ତି । ସେହିପରି ବିଧାନସଭା କାର୍ୟ୍ୟ ଦେଖିବାକୁ ଆସିଥିବା ପିଡିପି କର୍ମୀମାନେ ମୁଫତି ମହମ୍ମଦ ସୟିଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଆପ ବିଧାୟକଙ୍କ ସହ ମଧ୍ୟ ଧସ୍ତାଧସ୍ତି କରିଥିଲେ।