
ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ । ବିମାନବନ୍ଦରରେ ପହଂଚିଲେ ନୀତିନ ଗଡ଼କରୀ । ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶାରେ କଲେ ଅବତରଣ । ତାଙ୍କୁ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଗଡ଼କରୀ କଟକର ରେଭେନ୍ସା ବିଶ୍ବବିଦ୍ୟାଳୟ ଯିବେ । ଏହା ପରେ ଭୁବନେଶ୍ବର ଆସି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ।