
ପୁରୀ: ଜଗା ଦର୍ଶନ କଲେ ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା । ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା । ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା । ଶ୍ରୀମନ୍ଦିର ଭିତରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ପରେ ମନ୍ଦିର ପରିସରରେ ଥିବା ପାର୍ଶ ଦେବା ଦେବୀଙ୍କୁ ଦର୍ଶନ କରିଥିଲେ ।ଏହାପରେ ବିମଳା ମନ୍ଦିର ନିକଟରେ କିଛି ସମୟ ବିତାଇ ଥିଲେ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଉପରେ କୃପା ବନାଇ ରଖନ୍ତୁ,ଦିଲ୍ଲୀ ଉପରେ ଓଡିଶା ଉପରେ ସାରା ଭାରତ ଉପରେ କୃପା ବନାଇ ରଖନ୍ତୁ ବୋଲି କହିଛନ୍ତି ଦିଲ୍ଲୀ ବାଚସ୍ପତି। ମନ୍ଦିରର ବ୍ୟବସ୍ଥା ବହୁତ ସଫା ସୁତୁରା ହୋଇଛି । ଡବଲ ଇଂଜିନ ସରକାର ଏବେ ଏଗାର ଇଞ୍ଜିନ ଭଳି ଦୃତ ଗତିରେ ଚାଲିଛି, ଇଂଜିନ ସିନା ଡବଲ ମାତ୍ର ୧୧ ଗୁଣ ଗତିରେ ବଢିବାରେ ଲାଗିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।