
ଆଠମଲ୍ଲିକ: କାଲି ରେଡ୍ ଆଜି ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ଗିରଫ ହୋଇଛନ୍ତି । ଗତକାଲି ରାମଚନ୍ଦ୍ର ଶତପଥୀଙ୍କ ବାସଭବନ ଓ କାର୍ୟ୍ୟାଳୟରେ ରେଡ୍ କରିଥିଲା ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଇଥିଲା। ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ ।