ଅନ୍ତର୍ଜାତୀୟଓଡ଼ିଶାଜାତୀୟ

ପ୍ରଶାନ୍ତ ଶତପଥୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଶାନ୍ତଙ୍କ ଶେଷ ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହେବା ସହ  ଏଭଳି ବର୍ବର କାଣ୍ଡକୁ ନିନ୍ଦା କରିଛନ୍ତି  । ଏହା ସହିତ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଶାନ୍ତଙ୍କ ଗାଁ ଇଶାଣୀ ଶୋକରେ ବୁଡିଛି । ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି  । ଆଉ ଏହାରି ମଧ୍ୟରେ ପ୍ରଶାନ୍ତଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଅନ୍ୟ କିଛି ଦଳୀୟ ନେତା ।

ତେବେ ଗତକାଲି ବିଳମ୍ବିତ ରାତିରେ ପ୍ରଶାନ୍ତଙ୍କ ମର ଶରୀର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା ।  ସେଠାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ସମେତ ଅନ୍ୟ କିଛି ବିଧାୟକ  ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କନକ ବର୍ଦ୍ଧନ କହିଛନ୍ତି, ପହଲଗାମ ଗୁଳିକାଣ୍ଡ ଭୀରୁତା ।  ପ୍ରଧାନମନ୍ତ୍ରୀ ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com