ଓଡ଼ିଶାଶିକ୍ଷା

ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନବୀନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର :  ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା  ଛାତ୍ରଛାତ୍ରୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ପିଲାମାନଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ସମସ୍ତେ ଦୃଢ଼ ମନୋବଳ ଓ ନିଷ୍ଠାର ସହ ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଚଳିତ ଥର ମାଟ୍ରିକରେ ୯୪.୯୩ ପ୍ରତିଶତ ରେଜଲ୍ଟ ହୋଇଛି। ପୁଅଙ୍କ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ଥିବାବେଳେ  କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ ହାର  ୯୨.୮୩ ପ୍ରତିଶତ।

ଚଳିତ ବର୍ଷ ୫ ଲକ୍ଷ ୨ ହଜାର ୪୧୭ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ । ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଜଣ । ସେମାନଙ୍କ ମଧ୍ୟରୁ ୧, ୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ । B2 ଗ୍ରେଡ ପାଇଛନ୍ତି ୮୪, ୯୭୧ ଜଣ ଛାତ୍ରଛାତ୍ରୀ । ସେହିଭଳି C ଗ୍ରେଡରେ ୧ ଲକ୍ଷ ୩୩ ହଜାର ୮୮୨ ଜଣ , D ଗ୍ରେଡରେ ୧ ଲକ୍ଷ ୪୬ ହଜାର ୧୫୪, E ଗ୍ରେଡରେ ୭୬, ୦୧୩ ଏବଂ  F ଗ୍ରେଡରେ ୭, ୩୮୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com