ଓଡ଼ିଶାଶିକ୍ଷା

ମାଟ୍ରିକ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ‘ଦିବ୍ୟାସ୍ମିତା ସାହୁ’ ଦ୍ୱିତୀୟ

କେନ୍ଦ୍ରାପଡ଼ା : ୨୦୨୪-୨୫ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୬୦୦ରୁ ୫୭୩ ମାର୍କ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଦିବ୍ୟାସ୍ମିତା ସାହୁ । ସେହିପରି ନିଜ ବିଦ୍ୟାଳୟ ଭାରତୀ ବିଦ୍ୟା ମନ୍ଦିରରେ ସେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି । ପିଲାଦିନୁ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତା ଦିବ୍ୟାସ୍ମିତା ଦଶମ ପରୀକ୍ଷା ପାଇଁ ୧୪ରୁ ୧୫ ଘଣ୍ଟା ପରିଶ୍ରମ କରୁଥିଲେ । ନିଜର ଏହି ସଫଳତାର ଶ୍ରେୟ ସେ ଗୁରୁଜୀ, ଗୁରୁମା ଏବଂ ପରିବାରକୁ ଦେଇଛନ୍ତି ।

ଦିବ୍ୟାଙ୍କ ବାପା ଶ୍ରୀଯୁକ୍ତ ମହେଶ୍ୱର ସାହୁ ଗ୍ୟାରେଜ ମେକାନିକ୍ ଏବଂ ମା’ ବବିତାରାଣୀ ସାହୁ ଗୃହିଣୀ ଅଟନ୍ତି । ସେହିପରି ତାଙ୍କ ବଡ଼ ଭାଇ +୩ରେ ପଢୁଛନ୍ତି । ତେଣୁ ମହେଶ୍ୱର ଏକମାତ୍ର ରୋଜଗାରୀ ଦୃଷ୍ଟିରୁ ଘରର ଆର୍ଥିକ ପରିସ୍ଥିତି ଦୁର୍ବଳ । ଏଣୁ ପ୍ରତିକୂଳ ପରିସ୍ଥିତିରେ ଝିଅର ଏପରି ସଫଳତା ଦେଖି ଖୁସିରେ କାନ୍ଦି ପକାଇଛନ୍ତି ବାପା, ମା’ । ତେବେ ଦିବ୍ୟାଙ୍କ ଘର ହେଉଛି ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ରାଜଗଡ଼ ଗ୍ରାମରେ । ସେପଟେ ଦିବ୍ୟାସ୍ମିତାଙ୍କ ସଫଳତା ଖବର ପାଇବା ପରେ ଗାଁ ଅନୁଷ୍ଠାନ ‘‘ମା’ ବୁଢୀ ଜାଗୁଳାଈ ଯୁବ ପରିଷଦ’’ ଜରିଆରେ ସମ୍ବର୍ଦ୍ଧନା ଜଣାଇ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଗ୍ରାମବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com