ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ପାଇଁ ଆର୍ମଡ୍ ଭେହିକିଲ୍ ମୁତୟନ

ପୁରୀ :  ପୁରୀରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଆଗାମୀ ରଥଯାତ୍ରା ପାଇଁ ପୁଲିସ D.G. ଯୋଗେଶ ବାହାଦୁର ଖୁରାନିଆ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ମନ୍ଦିର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାରେ ଟ୍ରାଫିକ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି ।

ଶ୍ରୀମନ୍ଦିର ସୁରକ୍ଷା ପାଇଁ  ଆଉ ଏକ ପଦକ୍ଷେପ ନିଆଯାଇଛି। ସୁରକ୍ଷା ନେଇ ଆର୍ମଡ୍ ଭେହିକିଲ୍ ମୁତୟନ ହୋଇଛନ୍ତି। ଏମିତିରେ  ଅପରେସନ ସିନ୍ଦୂର ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ୧୫୦ରୁ ଅଧିକ ପୋଲିସ କର୍ମଚାରୀ ଶ୍ରୀମନ୍ଦିରକୁ ଜଗି ରହିଥିଲେ। ସାରାରାତି ପୋଲିସ ପକ୍ଷରୁ ଚେକିଂ ଏବଂ ବ୍ଲକିଂ କରାଯାଉଛି। ଏପରିକି ପୁରୀ ସହରର ବିଭିନ୍ନ ହୋଟେଲରେ ପୋଲିସ ପକ୍ଷରୁ ଲୋକଙ୍କ ପରିଚୟପତ୍ର ମଧ୍ୟ ଯାଞ୍ଚ ଚାଲିଛି।

ତେବେ ଆଜିର ଏହି ସୁରକ୍ଷା ସମୀକ୍ଷାରେ D.G.Pଙ୍କ ସହିତ A.D.G. ଅମିତାଭ ଠାକୁର, A.D.G. ଦୟାଲ ଗଙ୍ଗୱାର, I.G. ସିଆର୍ ପ୍ରବିଣ କୁମାର, I.G. ଅନୁପ ସାହୁ, D.I.G. ପିନାକ ମିଶ୍ର , D.I.G. ବି. ଗଙ୍ଗାଧର ଓ S.P. ବିନତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com