ଅନ୍ତର୍ଜାତୀୟଓଡ଼ିଶାଜାତୀୟ
ପାରାଦୀପ ବନ୍ଦରରେ ପାକିସ୍ତାନୀ

ପାରାଦୀପ : ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜରେ ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ରହିଛନ୍ତି । ଏହାପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସି ପାକିସ୍ତାନୀ ଯେପରି ଜାହାଜରୁ ନଓହ୍ଲାନ୍ତି ସେନେଇ କଡ଼ା ନଜର ରଖାଯାଇଛି । ପାରାଦୀପ ବନ୍ଦର ଏସ୍.ପି.ଏମ୍ ବର୍ଥରେ ବୁଧବାର ତୈଳବାହୀ ଜାହାଜ ପହଁଞ୍ଚିଛି।
ସେହି ଜାହାଜରେ ଥିବା ୨୫ଙ୍କ ମଧ୍ୟରୁ ୨୧ ଜଣ ପାକିସ୍ତାନୀ ଥିବା ସ୍ପଷ୍ଟହୋଇଛି। ଜାହାଜରେ ପାକିସ୍ତାନୀ ଥିବାରୁ ଯେପର୍ଯ୍ୟନ୍ତ ପଣ୍ୟ ଦ୍ରବ୍ୟ କଢା ଶେଷ ନହୋଇଛି ସେପର୍ୟ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ କୁହାଯାଇଛି। ଇମିଗ୍ରେଶନ ବିଭାଗ ଏନେଇ ସୂଚନା ଦେଇଥିଲା । ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ମେରାଇନ୍ ପୋଲିସ, CISF । ଜାହାଜଟି ଦକ୍ଷିଣ କୋରିଆରୁ ଅଶୋଧିତ ତେଲ ନେଇ ଆସିଛି ।