ଜାତୀୟରାଜନୀତି

ବିଚାରଧାରା ଲାଗି ଜେଲ୍ କରାଯିବ ନାହିଁ: ସୁପ୍ରିମକୋର୍ଟ

ଦିଲ୍ଲୀ ,୨୨/୦୫:- ଗତ ବୁଧବାର ଦିନ ସୁପ୍ରିମକୋର୍ଟଙ୍କ ଶୁଣାଣି ଅନୁଯାୟୀ, କେବଳ ବିଚାରଧାରା ଆଧାରରେ କାହାକୁ ଜେଲ୍ କରାଯିବା ଉଚିତ୍ ନୁହେଁ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ନେତାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଅବଦୁଲ ସଥାରଙ୍କୁ ଜାମିନ୍ ଦେବା ସମୟରେ ବିଚାରପତି ଅଭୟ ଏସ ଓକା ଓ ଉଜ୍ଜଲ ଭୂୟା ନ୍ୟାୟାଳୟରେ ଏହି ମନ୍ତବ୍ୟ ରଖିଛନ୍ତି। ଶୁଣାଣି ସମୟରେ ଜାତୀୟ ତଦନ୍ତ ବ୍ୟୁରୋ (NIA) ପକ୍ଷରୁ ଓକିଲ କହିଥିଲେ, ବିଚାରଧାରା ଗମ୍ଭୀର ଅପରାଧ ସହିତ ସଂପୃକ୍ତ। ତେବେ କୋର୍ଟ ଏହାକୁ ଖଣ୍ଡନ କରି କହିଛି, “କେବଳ ଏହି କାରଣରେ କିଏ ଜଣେ ନିର୍ଦ୍ଦିଷ୍ଟ ବିଚାରଧାରାକୁ ଅନୁସରଣ କରୁଛି ତାଙ୍କୁ ବୋଲି ତାଙ୍କୁ ଜେଲ କରାଯାଇପାରିବ ନାହିଁ । ଆମେ ଏହି ସମସ୍ୟା ବିଷୟରେ ଗମ୍ଭୀର ଭାବେ ଚିନ୍ତା କରୁଛୁ।”

ଉଲ୍ଲେଖନୀୟ ଯେ, 2022 ମସିହାରେ କେରଳର ପାଲକ୍କଡ ଜିଲ୍ଲାରେ ଆରଏସଏସ ନେତା ଶ୍ରୀନିବାସନଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ନିଷିଦ୍ଧ ଘୋଷିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ର କେରଳ ଇଉନିଟର ସାବେକ ସାଧାରଣ ସମ୍ପାଦକ ଅବଦୁଲ ସଥାରଙ୍କୁ ଅଭିଯୁକ୍ତ କରାଯାଇଛି। ଏନଆଇଏ ଓକିଲ ଯୁକ୍ତି ଦେଇଥିଲେ ଯେ ଯଦିଓ ସଥାରଙ୍କ ନାମ ଏଫଆଇଆରରେ ଉଲ୍ଲେଖ ନାହିଁ, ପିଏଫଆଇ ସାଧାରଣ ସମ୍ପାଦକ ଭାବରେ ସେ କ୍ୟାଡର ନିଯୁକ୍ତି ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଚାଳନ ତାଲିମ ଦେବା ଭଳି କାମ କରିଥିଲେ। ତାଙ୍କ ବିରୁଦ୍ଧରେ ୭୧ ଟି ମାମଲା ପଞ୍ଜିକୃତ ହୋଇଛି। ସଥାରଙ୍କ ପକ୍ଷରୁ ଉପସ୍ଥିତ ଓକିଲ ଯୁକ୍ତି ଦେଇଥିଲେ ଯେ ସମସ୍ତ ମାମଲା ବିଚାରଧାରା ତଥା ଆଦର୍ଶ ସହିତ ଜଡିତ। ଏହି ସମସ୍ତ ମାମଲାରେ ତାଙ୍କୁ ଜାମିନ ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com