ଓଡ଼ିଶାସ୍ୱାସ୍ଥ୍ୟ

“ଆମରି ଶିଶୁ” ମାଧ୍ୟମରେ ଅପପୃଷ୍ଟି ହିସାବ ରଖିବେ ସରକାର

ଭୁବନେଶ୍ୱର ୨୪|୦୬ : ଓଡ଼ିଶାରୁ କୁପୋଷଣ ଦୂର କରାଯିବ। ୨୦୩୬ ସୁଦ୍ଧା ଓଡ଼ିଶା ଏକ କୁପୋଷଣମୁକ୍ତ ରାଜ୍ୟରେ ପରିଣତ ହେବ। ରାଜ୍ୟ ସରକାର ଆମାରି ଶିଶୁର ଏହି ଦୃଷ୍ଟିକୋଣକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ କୁପୋଷଣ ରୋକିବା ପାଇଁ କାମ କରାଜୀବ । ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପୁଷ୍ଟିସାର ସମସ୍ତ ସୂଚନା ଏହି ପୋର୍ଟାଲରେ ରେକର୍ଡ କରାଯିବ। ସରକାର ରେକର୍ଡ ସିଷ୍ଟମ ମାଧ୍ୟମରେ କୁପୋଷଣ ହାର ଟ୍ରାକ୍ କରିବେ। ରାଜ୍ୟ ସରକାର ପ୍ରତି ୩ ମାସରେ ଗୋଟିଏ ବ୍ଲକକୁ କୁପୋଷଣମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସୁସ୍ଥ ଓଡ଼ିଶା ପ୍ରକଳ୍ପ ଅଧୀନରେ, ରାଜ୍ୟରେ ବର୍ତ୍ତମାନ ୯୮,୬୨୦ ଶିଶୁ କୁପୋଷଣରେ ପୀଡିତ ବୋଲି ସୂଚନା ମିଳିଛି । ଏହାକୁ ଦୂର କରିବା ପାଇଁ, ସରକାର ଅଙ୍ଗନୱାଡିରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି। ବିଭିନ୍ନ ଯୋଜନା ଅଧୀନରେ, ବର୍ଷକୁ ୩୦୦ ଦିନ ପାଇଁ ପ୍ରତି ମାସରେ ୨୫ ଦିନ ପାଇଁ ଛୋଟ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଛତୁଆ, ଅଣ୍ଡା, ଲଡୁ, କଦଳୀ, ଶୁଖିଲା ରାସନ ବଣ୍ଟନ କରାଯାଉଛି। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ସୁଦ୍ଧା ଅପପୁଷ୍ଟି ମୁକ୍ତ ଓଡ଼ିଶା ସ୍ବପ୍ନ ପୂରା ହେବ ତ? ଏହି ପ୍ରଶ୍ନ ଜନ ସାଧାରଣ ଙ୍କ ମନରେ ଉଙ୍କି ମାରିଛି |

 

Related Articles

Back to top button
WP Twitter Auto Publish Powered By : XYZScripts.com