ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ
ଛେରା ପହଁରା ଶେଷ ; ତିନିଠାକୁର ରଥାରୂଢ଼, ବଡଦାଣ୍ଡ ଭକ୍ତିର ଝଙ୍କାରରେ ମୁଖରିତ

ପୁରୀ, ୨୭/୬ – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ବଡ଼ଦେଉଳରୁ ଭଉଣୀ ଓ ଭାଇଙ୍କ ସାଙ୍ଗ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ତିନି ଠାକୁରଙ୍କ ପହଣ୍ଡି ବିଜେ ପରେ ରଥାରୂଢ଼ ହୋଇ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ଥାନ କରିବେ। ଏଥି ପূର୍ବରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁବର୍ଣ୍ଣ ଖଡ଼ିକା ହାତେ ଧରି ତିନି ଠାକୁରଙ୍କ ରଥରେ ଛେରାପହଁରା କରି ନୀତି ସମ୍ପନ୍ନ କରିଛନ୍ତି।
ବର୍ତ୍ତମାନ ରଥରେ ଚାରମାଳ ଫିଟା ହେବା ସହ ଘୋଡା ଓ ସାରଥୀ ବନ୍ଧାଯାଉଛନ୍ତି। ଏହା ପରେ ରଥଟଣା ଆରମ୍ଭ ହେବ। ବଡ଼ଦାଣ୍ଡର ଆକାଶ ହରିବୋଲ ଓ ହୁଳିହୁଳିର ଧ୍ୱନିରେ ଗୁଞ୍ଜରି ଉଠିଛି । ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କ ରଥ ଟାଣିବାକୁ ବଡ଼ଦାଣ୍ଡରେ ଉପସ୍ଥିତ ହୋଇଛନ୍ତି, ଯାହା ଦେଖି ସମଗ୍ର ଶ୍ରୀକ୍ଷେତ୍ର ଭକ୍ତିମୟ ମହୋତ୍ସବ ରୂପ ଧାରଣ କରିଛି।