
ମୁମ୍ବାଇ ୨୮/ଜୁନ୍ : ହୃଦଘାତ ବର୍ତ୍ତମାନ ସମୟରେ ଚିନ୍ତାର ବିଷୟ ପାଲଟିଛି । ବୋଲିଉଡ଼ ଓ ଟିଭି ଜଗତକୁ ଗ୍ରାସ କରିଛି ହୃଦଘାତ ନାମକ ରାକ୍ଷସ । ପୂର୍ବରୁ ବିଗ୍ ବସ୍ ଓ “ବାଲିକା ବଧୂ” ଫେମ୍ ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟ ମାତ୍ର ୪୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଥିଲା, ଯାହା ଭାଜିଦେଇଥଲା ଲକ୍ଷେ ଲକ୍ଷେ ପ୍ରଶଂସକଙ୍କ ହୃଦୟ । ବର୍ତ୍ତମାନ ସେଫାଲି ଜରୀୱାଲଙ୍କ ମଧ୍ୟ ମାତ୍ର ୪୨ ବର୍ଷ ବୟସରେ ମୃତ୍ୟୁ ହୋଇଥିବାର ଖବର ମିଳୁଛି । ତେଣୁ ପ୍ରଶ୍ନ ଆସେ ଯୁବାବସ୍ଥାରେ ଏତେ କାମ ବୟସରେ କାହିଁକି କଳାକାର ମାନଙ୍କୁ ହୃଦଘାତ ହେଉଛି । ଏହା ଏକ ଗମ୍ଭୀର ଚିନ୍ତା ଜନିତ ବିଷୟ,ତେଣୁ ପ୍ରଶ୍ନ ଆସେ କଣ ଏହା ଅତ୍ୟାଧୁନି ଜୀବନଶୈଳୀ ପାଇଁ ହେଉଛି । ଅଭିନେତା ମାନେ ନିଜ ଶରୀରକୁ ସୁସ୍ତ ବଜାଇ ରଖିବା ପାଇଁ ନିୟମିତ ଜିମ ଯାଉଛନ୍ତି, ପୌଷ୍ଟିକ ଓ ଡାଏଟ ଯୁକ୍ତ ଖାଦ୍ୟ ଖାଉଛନ୍ତି, ତଥାବି ସେମାନଙ୍କୁ ହୃଦଘାତ ହେଉଛି । ପ୍ରଶ୍ନ ଏହିଁ – ଯୁବ ଲୋକେ କାହିଁକି ଏଭଳି ଅପ୍ରାକୃତିକ ମୃତ୍ୟୁର ଶିକାର ହେଉଛନ୍ତି? ଏହାର କାରଣ ମାନସିକ ଚାପରେ ରହିବ, ଅତ୍ୟଧିକ ଚିନ୍ତା, ଉଚିତ ନିଦ୍ରା ନନେବା, ଉଚିତ ପରିମାଣରେ ଖାଦ୍ୟ ମାଖିବା,ଦିନକୁ ଦିନ ବଢୁଥିବା ପ୍ରତିଯୋଗିତା ମଧ୍ୟ ହୋଇପାରେ, ମନସିକ ଶାନ୍ତିର ଅନୁପସ୍ଥିତି ମଣିଷ ଶରୀରକୁ ଭିତରୁ ଖାଲି କରିଦିଏ, ଏହା ଏକ ଅନ୍ୟ ତମ କାରଣ । ସିନେମା ଜଗତର ଚାକଚମକ ଭିତରେ ଜଣାପଡେନା କଳାକାରମାନେ ମାନସିକ ଚାପରେ ଅଛନ୍ତି ନ ନାହିଁ କି ତାଙ୍କର କୌଣସି ସମସ୍ୟା ଅଛି କି ନାହିଁ ଯାହା ପରବର୍ତୀ ସମୟରେ ବଡ ସମସ୍ୟା ପାଲଟି ହୃଦଘାତର ରୂପ ନିଏ ଓ ଖ୍ୟଣକେ ଛଡେଇ ନିଏ ମଣିଷ ଜୀବନ । ସେଫାଲିଙ୍କ ଆକସ୍ମିକ ମୃତ୍ୟୁ ଖାଲି ବଲିଉଡ ନୁହେଁ, ଯୁବ ସମାଜରେ ମଧ୍ୟ ଭୟ ସୃଷ୍ଟି କରୁଛି ।