ବଲିଉଡର ବିନ୍ଦାସ ହିରୋ ରଣବୀର ସିଂହଙ୍କ ଖୋଲାମେଲା କଥା…

ମୁମ୍ବାଇ୦୧/ଜୁଲାଇ : ବଲିଉଡର ଏକ ବେପରୋଆ ଓ ଅପୂର୍ଣ୍ଣ ଶୈଳୀର ଅଭିନେତା ଭାବରେ ଚିହ୍ନିତ ରଣବୀର ସିଂହ, ସେ କେବଳ ତାଙ୍କର ବେଶଭୂଷା, ଅଭିନୟ ଓ ଶକ୍ତିଶାଳୀ ଉପସ୍ଥାପନ ପାଇଁ ନୁହଁ, ବରଂ ତାଙ୍କର ଖୋଲାମେଳା ଓ ସ୍ପଷ୍ଟ ବୟାନ ପାଇଁ ମଧ୍ୟ ବହୁତ ଚର୍ଚ୍ଚିତ। ଏକ ପୁରୁଣା ସାକ୍ଷାତକାର ଏବେ ଭାଇରାଲ ହେଉଛି ଯେଉଁଥିରେ ସେ ଏକ ଅଦ୍ଭୁତ ଖୁଲାସା କରିଛନ୍ତି ,ସେ କହିଛନ୍ତି ଯେ ସେ ୧୨ ବର୍ଷ ବୟସରେ ନିଜ କୁମାରୀତ୍ୱ ହରାଇଥିଲେ। ଏହି ଖୋଲାସା ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା।ରଣବୀର ସିଂହ ଡେକାନ କ୍ରୋନିକଲକୁ ଦିଆଯାଇଥିବା ସାକ୍ଷାତକାରରେ କହିଥିଲେ ଯେ ସେ ବହୁତ ଶୀଘ୍ର ସବୁକିଛି ଆରମ୍ଭ କରିଥିଲେ ଓ ତାଙ୍କ ସ୍କୁଲର ମାଆମାନେ ତାଙ୍କୁ “ପଚା ସେଉଲ” ବୋଲି କହୁଥିଲେ। ସେ କହିଛନ୍ତି ଯେ ସେ ତାଙ୍କର ସମସ୍ତ ପାଠଶାଳା ସାଥୀଙ୍କୁ ଏହି ବିଷୟରେ “ଶିକ୍ଷା” ଦେଉଥିଲେ ଓ ଏହାରେ ଜଣେ ବିଶେଷଜ୍ଞ ହେବାର ଅଭିଜ୍ଞତା ରହିଛି। ଏହି ଖୋଲାମେଳା ବ୍ୟବହାର ଏବଂ ମନୋଭାବ ତାଙ୍କୁ ଏକ ସ୍ପଷ୍ଟବକ୍ତା ଭାବରେ ପ୍ରତିଷ୍ଠିତ କରିଛି।ସେ କେବଳ ଅଭିନୟ ନୁହଁ, ବ୍ୟକ୍ତିଗତ ଜୀବନ ଓ ଶାରୀରିକ ସମ୍ପର୍କ ଉପରେ ମଧ୍ୟ ଖୋଲା ଆଲୋଚନା କରିଥିବା ଏକ ଦୁଲଭ ଅଭିନେତା। ଏକ କଣ୍ଡୋମ ବ୍ରାଣ୍ଡ ପ୍ରମୋସନ ସମୟରେ ରଣବୀର ସିଂହ କହିଥିଲେ ଯେ ଲୋକମାନେ ଶାରୀରିକ ସମ୍ପର୍କ ବିଷୟରେ ଖୋଲା ଓ ସୁସ୍ଥ ଆଲୋଚନା କରିବା ଉଚିତ। ସେ କଫି ୱିଥ କରଣରେ ମଧ୍ୟ ତାଙ୍କର ୱାନ୍ ନାଇଟ୍ ଷ୍ଟାଣ୍ଡ୍ ଅନୁଭବ ନେଇ ଖୋଲାସା କରିଥିଲେ ଓ ଏହାକୁ ଏକ ସ୍ୱାଭାବିକ ଅନୁଭବ ବୋଲି ବର୍ଣ୍ଣନା କରିଥିଲେ।