ଓଡ଼ିଶା

ଶରଧାବାଲି ଘଟଣା ପରେ ପ୍ରଥମ ପୁରୀ ଗସ୍ତ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରଥଯାତ୍ରା ପାଇଁ ନୀତି ଆଲୋଚନା କରିବେ

 

ଭୁବନେଶ୍ୱର, ୧।୦୭ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଅପରାହ୍ନରେ ପୁରୀ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଶ୍ରୀମନ୍ଦିର ପରିସରରେ ଆସନ୍ତା ରଥଯାତ୍ରା ପାଇଁ ନୀତି କ୍ରମ ବିଷୟରେ ସେବାୟତ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଆଧିକାରିକ ସୂଚନା ମିଳିଛି।

ଏହା ଶରଧାବାଲି ଅଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ ହେବାରୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ରଥଯାତ୍ରା ପରିଚାଳନା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ଓ ଶ୍ରଦ୍ଧାଳୁ ଚିକିତ୍ସା ସେବା ବିଷୟରେ ମଧ୍ୟ ଏହି ଆଲୋଚନାରେ ଚର୍ଚ୍ଚା ହେବ ବୋଲି ଅନୁମାନ କରାଯାଉଛି।

 

 

Related Articles

Back to top button