ବି.ଏଡ୍, ଏମ୍.ଏଡ୍, ବି.ଏଚ୍.ଏଡ୍ ପ୍ରବେଶିକା ପରୀକ୍ଷାର ସାମୟିକ ଉତ୍ତର ୭ ତାରିଖରେ ପ୍ରକାଶ ପାଇବ ପାଇବ

ଭୁବନେଶ୍ୱର, ୪|୭ : ଦୁଇ ବର୍ଷିଆ ବି.ଏଡ୍, ଏମ୍.ଏଡ୍ ଓ ବି.ଏଚ୍.ଏଡ୍ ପ୍ରବେଶିକା ପରୀକ୍ଷା–୨୦୨୫ ପାଇଁ ସାମୟିକ ଉତ୍ତର ସେଟ୍ (ଆନ୍ସାର୍ କି) ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ। ପରୀକ୍ଷାର ମାର୍କ ନେଇ ଅନେକ ପରୀକ୍ଷାର୍ଥୀ ଅସନ୍ତୁଷ୍ଟ ଥିବା ଓ ଅଭିଯୋଗ କରିଥିବାରୁ ଏହି ଉଦ୍ୟମ ନିଆଯାଇଛି। ପ୍ରକ୍ରିୟାରେ ପାରଦର୍ଶିତା ବଢ଼ାଇବା ଲକ୍ଷ୍ୟରେ ଏହି ସାମୟିକ ଉତ୍ତର ପ୍ରକାଶ କରାଯିବ ବୋଲି ଏସ୍ଏସ୍ବି ଦେଖାଯାଇଛି।
ପରୀକ୍ଷାର୍ଥୀମାନେ https://ssbodisha.ac.in/ ରେ ଉତ୍ତର ତାଲିକା ଦେଖିପାରିବେ। ଯେକୌଣସି ଅସମ୍ମତି କିମ୍ବା ଅଭିଯୋଗ ଥିଲେ ସେମାନେ ୮ ତାରିଖ ପୂର୍ବାହ୍ନ ୧୧ଟାରୁ ୧୦ ତାରିଖ ରାତି ୧୧:୪୫ ପର୍ଯ୍ୟନ୍ତ ଏହି ଅଭିଯୋଗ https://www.samsodisha.gov.in/ ମାଧ୍ୟମରେ ଦାଖଲ କରିପାରିବେ। ପ୍ରତିଟି ପ୍ରଶ୍ନ ପାଇଁ ଅଭିଯୋଗ ଦାଖଲ କରିବାକୁ ୨୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ଏସ୍ଏସ୍ବି ସଭାପତି କାଳୀ ପ୍ରସନ୍ନ ମହାପାତ୍ର କହିଛନ୍ତି।
ଏଥିପୂର୍ବରୁ ନାମଲେଖା ଓ ଯୋଗ୍ୟତା ଚୟନ ତାଲିକା ନେଇ ବହୁତ ଅଭିଯୋଗ ମିଳିଥିଲା। ଅନେକ ପରୀକ୍ଷାର୍ଥୀ ଅଧିକ ମାର୍କ ଆଶା କରୁଥିବା ସତ୍ତ୍ୱେ, ତାଙ୍କ ସ୍କୋର୍ କାର୍ଡରେ କମ୍ ମାର୍କ ଥିଲା। ଉଚ୍ଚଶିକ୍ଷା ବିଭାଗ ପାଖକୁ ଗିଲା ଅଭିଯୋଗ ପରେ ଏସ୍ଏସ୍ବି ପକ୍ଷରୁ ସିଧାସଳଖ ଉତ୍ତର ତାଲିକା ପ୍ରକାଶ କରିବା ନିଷ୍ପତ୍ତି ନିଆଯାଇଛି।