
ଓଡିଶା ୨୧/ଜୁଲାଇ : ଓଡ଼ିଶାରେ ପୂର୍ବତନ ସରକାର ଦ୍ୱାରା ଛାତ୍ରସଂଖ୍ୟା କମ୍ ଥିବା ଦେଖି ମିଶ୍ରଣ କରାଯାଇଥିବା ବିଦ୍ୟାଳୟଗୁଡିକୁ ଏବେ ଭାଜପା ସରକାର ପୁଣି ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଏହା ଦ୍ୱାରା ଦୁର୍ଗମ ଅଞ୍ଚଳର ଅନେକ ପିଲାମାନେ ସ୍ଥାନୀୟ ସ୍କୁଲରେ ପଢିବା ଅବସର ପାଇବେ। ଓସେପା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ୪୬ଟି ସ୍କୁଲ ପୁଣି ଖୋଲିଯାଇଛି ଓ ଆଉ ୪ଟି ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ଢେଙ୍କାନାଳ, ଦେବଗଡ, ବରଗଡ, ଯାଜପୁର ଓ ଖୋର୍ଦ୍ଧା ଜିଲାରେ ଅଧିକ ସ୍କୁଲ ଖୋଲିଛି। ପୂର୍ବତନ ମିଶ୍ରଣ ନୀତିକୁ ନେଇ ଅଭିଭାବକ ଓ ସମାଜ ସଂଗଠନ ମଧ୍ୟ ବିରୋଧ କରୁଥିଲେ, କାରଣ ଦୂର ଥିବା ସ୍କୁଲରେ ପଢିବା ପାଇଁ ପିଲାମାନେ ଅନେକ ସମସ୍ୟା ଭୋଗୁଥିଲେ। ଗଣଶିକ୍ଷା ବିଭାଗ ଏହାକୁ ଗୁରୁତ୍ୱ ଦେଇ ଆଦିବାସୀ ଓ ଦୂର୍ଗମ ଅଞ୍ଚଳରେ ମିନିମମ୍ ୨୦ ଛାତ୍ର ଥିଲେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ। ମୟୂରଭଞ୍ଜ, କଟକ, ଗଜପତି, କୋରାପୁଟ, ଗଞ୍ଜାମ ଭଳି ଜିଲାରେ ସର୍ବାଧିକ ସ୍କୁଲ ମିଶ୍ରଣ ହୋଇଥିଲେ ମଧ୍ୟ ପୁରୀରେ ଗୋଟିଏ ବି ସ୍କୁଲ ମିଶ୍ରଣ ହୋଇନାହିଁ। ଏହା ଦେଖାଏ ଯେ, ମିଶ୍ରଣ ପ୍ରକ୍ରିୟା ଏବେ ତଥ୍ୟ ଓ ଅନୁଭୂତି ଆଧାରିତ ଭାବେ ପୁନର୍ବିଚାର ହେଉଛି।