ଦୁର୍ନୀତି

Government servant gets caught for his colleague, Madibasila vigilance.

ଭୁବନେଶ୍ୱର ୩୦/ ଜୁଲାଇ : ଭିଜିଲାନ୍ସ ଜାଲରେ ଆଉ ଏକ ସରକାରୀ ଯନ୍ତ୍ରୀ । ଭୁବନେଶ୍ୱର ଆର ଆଣ୍ଡ ଡି ଡିଭିସନ ୩ ବିଭାଗର ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଆଜି ଭିଜିଲାନ୍ସ ଟିମ ରେଡ କରିଛି । ସୂଚନା ମୁତାବକ କଲି ସହକାରି ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ଘରେ ଭିଜିଲାନ୍ସର ରେଡ ପଡିଥିଲା । ଉକ୍ତ ରେଡରୁ ହିଁ ସୁରାଗ ମିଳିଥିଲା, ତଥା ମିଳିତ ମାଲିକାନା ସାମ୍ନାକୁ ଆସିଥିଲା, ଯାହା ଫଳରେ ଆଜି ଅଶୋକ କୁମାର ପଣ୍ଡାଙ୍କ ଘରେ ରେଡ ପଡିଛି । ଭିଜିଲାନ୍ସର ଟିମ୍କୁ ଆସୁଥିବାର ଦେଖି ଡରିଯାଇ ଅଶୋକ କୁମାର ପଣ୍ଡା ବାହାରୁ ତାଲା ପକାଇ ଘର ଭିତରେ ଲୁଚି ରହିଥିଲେ, ମୋବାଇଲ ଫୋନ ସୁଇଚ ଅଫ କରିଦେଇଥିଲେ । ଯାହାଫଳରେ ଭିଜିଲାନ୍ସର ଟିମ ଯୋଗାଯୋଗ ନପାଇବାରୁ ତାଙ୍କ ଘରକୁ ଘେରାଉ କରିଥିଲେ। ଭିଜିଲାନ୍ସ ଡରରେ ଏକ ବ୍ୟାଗକୁ ଘର ବାହାରକୁ ଫୋଫାଡ଼ି ଦେଇଥିଲେ। ପରବର୍ତ୍ତୀ ସମୟରେ କିଛି ଉପାୟ ନପାଇ ସେ ବାଧ୍ୟ ହୋଇ ଭିଜିଲାନ୍ସ ପାଖକୁ ଆସିଥିଲେ । ପରେ ଭିଜିଲାନ୍ସର ଟିମ ତାଙ୍କୁ ଜେରା କରିବା ସହ ଖୋଳତାଡ଼ ଆରମ୍ଭ କରିଥିଲା । ତଦନ୍ତ ଅନୁସାରେ ଟଙ୍କାରେ ଭୁବନେଶ୍ୱରର କସ୍ମୋପଲିସରେ ୪ ବିଏଚକେ ଫ୍ଲାଟରେ ରହୁଥିଲେ । ଭିଜିଲାନ୍ସର ଚଢ଼ାଉ ଜାରି ରହିଛି ଗୋଟିଏ ପରେ ଗୋଟିଏ ଯନ୍ତ୍ରୀ ଧାରା ପଡୁଛି । ତେବେ ଆଗକୁ ଦେଖିବା ବାକି ରହିବ ଭିଜିଲାନ୍ସର ଏହି ତଦନ୍ତ କେତେ ଫଳ ପ୍ରଦ ହେବ । ଓ ଦୁର୍ନୀତି ଶେଷକରିବାର ଭିଜିଲାନ୍ସର ଏହି ଅଭିଯାନ କେତେ ଦୂର ଯିବ ।

Related Articles

Back to top button