Uncategorized

ଯନ୍ତ୍ରୀଙ୍କୁ ପରିଶ୍ରା ପିଆଇଲେ ପିଅନ

 

ମୋହନା ୩୧|୦୭|୨୫ : ଆର୍‌. ଉଦୟଗିରି ଆରଡବ୍ଲୁଏସଏସ ବିଭାଗୀୟ ଯନ୍ତ୍ରୀ ଗୁରୁବାର ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପାଣି ବଦଳରେ ପିଅନ ତାଙ୍କୁ ପରିଶ୍ରା ପିଆଇ ଦେଇଥିବା ନେଇ ଯନ୍ତ୍ରୀ ଅଭିଯୋଗ କରିଛନ୍ତି । ଆର୍‌.ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗତ ୨୩ ତାରିଖ ରାତିରେ ପିଅନ ପାଣି ବଦଳରେ ପରିଶ୍ରା ଦେଇଥିବା ଅଭିଯୋଗ ହୋଇଛି। ଯନ୍ତ୍ରୀ ଜଣକ ଜାଣି ନପାରି ପରିଶ୍ରା ପିଇ ଦେଇଥିବାରୁ ସେ ଅସୁସ୍ଥ ହୋଇପଡିଥିଲେ। ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ପରେ ଥାନାରେ ଯନ୍ତ୍ରୀ ଏନେଇ ଅଭିଯୋଗ କରିଛନ୍ତି ।

Related Articles

Back to top button